ଜଳୁଛି ସାରା ଓଡ଼ିଶା: ଆଗକୁ ୩ରୁ ୪ଡିଗ୍ରୀ ବଢିପାରେ ପାରଦ

ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢିବ । ଗତକାଲି ୪୪.୨ ଡିଗ୍ରୀ ସହିତ ସୋନପୁର ପାଲଟିଥିଲା ଦେଶର ସବୁଠାରୁ ତତଲା ସହର ।

Heat Wave

ଅନ୍ୟପଟେ ତାତି ବଢିବା ସହିତ ସହରର ରାସ୍ତାଘାଟ ଶୁନ୍ଶୁନ୍ ହୋଇପଡ଼ୁଛି । ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଝାରସୁଗୁଡ଼ା ବାସିନ୍ଦା ।

ସେପଟେ ଉପକୂଳ ଜିଲ୍ଲାରେ ପଡ଼ିବ କାଳବୈଶାଖୀ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପଡ଼ିବ । ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+