ମାର୍ଚ୍ଚରେ ୪୦ ପାର୍ କରିବ ପାରଦ, ରାଜଧାନୀରେ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା
ମାର୍ଚ୍ଚରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ । ମାର୍ଚ୍ଚ ୨ ତାରିଖ ଭିତରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।

ଭୁବନେଶ୍ୱର: ଏଥର ତାତିରୁ ମିଳିବନି ନିସ୍ତାର । ମାର୍ଚ୍ଚରେ ୪୦ ଡିଗ୍ରୀ ପାର୍ କରିବ ପାରଦ । ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ । ମାର୍ଚ୍ଚ ୨ ତାରିଖ ଭିତରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଫେବ୍ରୁଆରିରୁ ହିଁ ରାଜଧାନୀରେ ତାପମାତ୍ରା ୩୮ ଛୁଇଁଛି । ଭୁବନେଶ୍ୱରରେ ସ୍ୱାଭାବିକ ତାପମାତ୍ରା ୧ ଡିଗ୍ରୀ ଉପରେ ରହିଛି । ସେହିପରି ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହୁଛି ।
ତେବେ ଗତକାଲି (ଶନିବାର) ସଂଧ୍ୟା ଯାଏ ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତର ପଶ୍ଚିମ ଓ ପଶ୍ଚିମା ପବନ ବୋହୁଥିଲା। ରବିବାରଠାରୁ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣପଟୁ ସାମୁଦ୍ରିକ ପବନ ଆସିବ। ଏହାର ପ୍ରଭାବରେ ୨୮ରୁ ତାପମାତ୍ରା ଆହୁରି ବଢିଯିବ। ୩ ତାରିଖ ସୁଦ୍ଧା ଝାରସୁଗୁଡାରୁ କଳାହାଣ୍ଡି ଯାଏ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ। କିଛି ସ୍ଥାନରେ ତାପମାତ୍ରା ତାଠୁ ଅଧିକ ବି ରହିପାରେ। ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ବି ଅନୁଭୂତ ହୋଇପାରେ। ରାଜ୍ୟରେ ରାତି ତାପମାତ୍ରା ମଧ୍ୟ ବଢିବ । ସ୍ବଭାବିକ ଠାରୁ ୪ରୁ୫ ଡିଗ୍ରୀ ଅଧିକ ରହିବ ତାପମାତ୍ରା ।
ସେପଟେ ଆଜି ଉପକୂଳବର୍ତ୍ତି ଅଞ୍ଚଳରେ ଘନ କୁହୁଡ଼ି ହେବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସକାଳୁ ସକାଳୁ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।












Click it and Unblock the Notifications