ତାତି ଭାଙ୍ଗୁଛି ରେକର୍ଡ: ବାରିପଦାରେ ୪୫ ଛୁଇଁଲା ପାରଦ; ଜାଣନ୍ତୁ, କେଉଁଠି କେତେ ତାପମାତ୍ରା ?

ଭୁବନେଶ୍ବର: ଗତକାଲି (ରବିବାର) ଭଳି ଆଜି (ସୋମବାର) ମଧ୍ୟ ରାଜ୍ୟରେ ପ୍ରଚଣ୍ଡ ଖରା ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକ୍ରଡ କରାଯାଇଛି । ତେବେ ୪୪.୨ ଡିଗ୍ରୀ ସହ ରାଜ୍ୟ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ବାରିପଦା ।

ସେହିପରି ୪୩ ଡିଗ୍ରୀ ଉପରେ ରହିଛି ବୈଦ୍ଧ, ନୂଆପଡା, ଝାରସୁଗୁଡା, ଚାଳଚେର, ସମ୍ବଲପୁର, ଟିଟଲାଗଡ଼, ଅନୁଗୁଳୁ ଓ ବଲାଙ୍ଗିର । ବୌଦ୍ଧ ଓ ନୂଆପଡ଼ା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ୪୩. ୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୩.୪ ତାଳଚେର ଓ ସମ୍ବଲପୁରରେ ୪୩.୨ ଡିଗ୍ରି ପାରା ପହଞ୍ଚିଛି। ବୌଦ୍ଧ ଓ ଟିଟିଲାଗଡ଼ (୪୨.୫ ଡିଗ୍ରି), ସମ୍ବଲପୁର ଓ ବଲାଙ୍ଗୀର (୪୨.୨ ଡିଗ୍ରି), ଅନୁଗୁଳ ଓ ଟିଟଲାଗଡ଼ (୪୩.୧ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି ।

Heat Wave in Odisha

ଏଣେ ଆଜି ବଲାଙ୍ଗିରରେ ୪୩, ସୁନ୍ଦରଗଡ଼ରେ ୪୨.୮, ଭବାନୀପାଟଣାରେ ୪୨.୬, ରାଉରକେଲାରେ ୪୨.୨, ସୋନପୁରରେ ୪୧.୭, ହୀରାକୁଦରେ ୪୧.୬,ଢେଙ୍କାନାଳରେ ୪୧.୪, ପାରଳାଖେମୁଣ୍ଡିରେ ୪୧.୧, ବରଗଡ଼ରେ ୪୦.୮, ନୟାଗଡ଼ରେ ୪୦.୫, କେଉଁଝରରେ ୪୦.୪ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ତେବେ କଟକର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ କିନ୍ତୁ ଆଜି ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ ତ୍ରାହି ମିଳିଛି । କଟକରେ ଏହା ୪୧.୬ ଥିବା ବେଳେ ଭୁବନେଶ୍ୱରରେ ୩୯.୯ ଡ଼ିଗ୍ରି ପାରା ଛୁଇଁଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଆସନ୍ତା ୪ ଦିନ ଅର୍ଥାତ ୨୧ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ । ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ବା ଏହାଠାରୁ ଅଧିକ ରହିବ। ଆସନ୍ତାକାଲି କିଛି ସ୍ଥାନରେ ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷା ମଧ୍ୟ ହୋଇପାରେ। ଏହାଦ୍ବାରା ରାଜ୍ୟରେ ତାପମାତ୍ରା ଖସିବ। କିନ୍ତୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ସେ କହିଛନ୍ତି ।

ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+