ରାଜ୍ୟକୁ ତତାଇଲା ଖରା, ୪୦ ଡିଗ୍ରୀ ଟପିଲା ତାତି
ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଆଇଏମଡିର ତଥ୍ୟ ଅନୁଯାୟୀ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ, ବଲାଙ୍ଗୀରରେ ବୁଧବାର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ୩୯.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଝାରସୁଗୁଡା ଏବଂ ସୁନ୍ଦରଗଡରେ ତାପମାତ୍ରା ୩୯.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

ସେହିପରି ହୀରାକୁଦରେ ତାପମାତ୍ରା ୩୮.୭ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇଥିଲା ବେଳେ ରାଉରକେଲାରେ ୩୮.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ଏହା ବ୍ୟତୀତ, ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ତାପମାତ୍ରା ୩୭.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ, କେନ୍ଦୁଝର ଏବଂ ବାଲେଶ୍ୱରରେ ଯଥାକ୍ରମେ ୩୭ ଡିଗ୍ରି ଏବଂ ୩୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।












Click it and Unblock the Notifications