ଆଜିଠୁ ବଦଳିବ ପାଗ, ତାତିରୁ ମିଳିବ ଆଶ୍ୱସ୍ତି !

Heat Wave in Odisha: ଆଜିଠୁ ବଦଳିବ ପାଗ । ତାତିରୁ ମିଳିବ ଆଶ୍ୱସ୍ତି । କମିବ ଖରା, କମିବ ତାତି । ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାସହ ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରା ହ୍ରାସ ପାଇବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏହା ପ୍ରଭାବରେ ଆଗାମୀ ୩ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ହୋଇଥିବା ଚେତାବନୀକୁ ପାଣିପାଗ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି ।

Heat Wave in Odisha

ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଚି । ସକାଳେ ଖରାର ତାତି ବଦଳର ଥଣ୍ଡା ପବନ ବହିଛି । ଏହାସହ କଟକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଥିଲା । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ବିଶେଷକରି ବାରିପଦା ଓ ଝାରସୁଗୁଡ଼ାରେ ଅଧିକ ତାତି ଅନୁଭୂତ ହୋଇଥିଲା ।

୨୮ଟି ସହରର ତାପମାତ୍ରା ୪୦ ଉପରେ ରହିଥିଲା । ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧର ତାପମାତ୍ରା ୪୩.୨ ଡିଗ୍ରୀ ଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗତକାଲି ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା ।

ସେପଟେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଖରା ଛୁଟି । ଆଜିଠୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ପୂର୍ବରୁ ସାଧାରଣତଃ ମେ' ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି । ସ୍କୁଲ୍‌ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ, 'ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍‌ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ । ସ୍କୁଲ୍‌ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ନିଆଯିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+