ତାତିରେ କଲବଲ: ଟ୍ୱିନ ସିଟିରେ ୪୦ ଡେଇଁଲା ପାରଦ
ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱରରେ ତାପମାତ୍ରା ୪୦.୨ ହୋଇଥିବା ବେଳେ କଟକରେ ତାପମାତ୍ରା ୪୦.୫ ଡିଗ୍ରୀ ହୋଇଛି ।
ଭୁବନେଶ୍ବର: କଲବଲ କଲାଣି ତାତି । ଅସ୍ତବ୍ୟସ୍ତ ଜନଜୀବନ । ସକାଳ ୯ ବାଜିଲେ ଘରୁ ବାହାରିବା ମୁସ୍କିଲ । ଝାଞ୍ଜି ପବନକୁ ଟାଣ ଖରା ଅସ୍ତବ୍ୟସ୍ତ କରି ପକାଉଛି । ତେବେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଲାଣି। ରବିବାର ୪୦ ଡିଗ୍ରୀ ଉପରେ ୧୧ଟି ସହରର ତାପମାତ୍ରା ଥିବା ବେଳେ ସୋମବାର ଏଥିରେ ବୃଦ୍ଧି ଘଟିଛି।

ସେହିପର ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱରରେ ତାପମାତ୍ରା ୪୦.୨ ହୋଇଥିବା ବେଳେ କଟକରେ ତାପମାତ୍ରା ୪୦.୫ ଡିଗ୍ରୀ ହୋଇଛି । ସେହିପରି ଅନୁଗୁଳ ଆଜିର ସବୁଠାରୁ ଉତ୍ତପ୍ତ ସହର । ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା ତାପମାତ୍ରା ।
ସେହିପରି ବାରିପଦାରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୧.୮ ଡିଗ୍ରୀ, କେନ୍ଦୁଝର ଡିଗ୍ରୀ, ସମ୍ବଲପୁର ୪୧.୩ ଡିଗ୍ରୀ, ସୁନ୍ଦରଗଡ, ବୌଦ୍ଧ ଓ ଢେଙ୍କାନାଳରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଲଗାତାର କିଛିଦିନ ହେବ ପଶ୍ଚିମ ଓଡିଶାରେ ତାତି ବୃଦ୍ଧି ପାଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ୪୦ ତଳକୁ ରହୁଥିଲା । ହେଲେ ଆଜି ୪୦ ଛୁଇଁଛି ତାପମାତ୍ରା ।












Click it and Unblock the Notifications