ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି; ବିଭିନ୍ନ ସ୍ଥାନରେ ଅଂଶୁଘାତରେ ମୃତ୍ୟୁର ଖବର, ୪୬ ଡିଗ୍ରୀ ଡେଇଁଲା ତାତି

ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଛି । ରୌଦ୍ରତାପ ଯୋଗୁ ଅତିଷ୍ଠ ହୋଇପଡିଛି ଜନ ଜୀବନ । ଖରା ବଢିଚାଲିଥିବା ବେଳେ ଅଂଶୁଘାତ ଭୟ ବି ବଢିଚାଲିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତରେ ମୃତ୍ୟୁର ଖବର ଆସୁଛି ।

ରାଉରକେଲାରୁ ନେଇ ବଲାଙ୍ଗୀର , ଝାରସୁଗଡା, ସୁନ୍ଦରଗଡ଼ରେ ଖରା ବଢୁଥିବା ବେଳେ ଅଂଶୁଘାତ ଯୋଗୁ ବହୁ ଲୋକ ଚିକିତ୍ସା ପାଇଁ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ । ଆଜି ମଧ୍ୟ ରାଜ୍ୟର ଆଠଟି ସହରର ତାପମାତ୍ରା 45 ଡିଗ୍ରୀ ପାର ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ଚାରିଟି ସହରର ତାପମାତ୍ର 46 ଡିଗ୍ରୀ ପାର ହୋଇଯାଇଛି । ସେଗୁଡିକ ହେଲା ଟିଟିଲାଗଡ, ବଲାଙ୍ଗିର, ସୋନପୁର ଏବଂ ବରଗଡ ।

ତେବେ ଏହିପରି ଗ୍ରୀଷ୍ମ ପ୍ରବାହ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିବେଦନ କରାଯାଇଛି ।

heat wave

ସେପଟେ ଅଂଶୁଘାତରୁ ରକ୍ଷା ପାଇବାକୁ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ମେଡିକାଲ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଘଟଣା ଉପରେ ପ୍ରଶାସନର ସମ୍ପୁର୍ଣ୍ଣ ନଜର ରହିଛି ।ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛି ଜୀବନ । ପ୍ରଚଣ୍ଡ ଖରାରେ ଜନଜୀବନ ବି ହୋଇଯାଇଛି ଅସ୍ତବ୍ୟସ୍ତ । ସେହିଭଳି ଖରା ବଢିବା ଯୋଗୁ ଅଂଶୁଘାତ ଭୟ ବି ଲୋକମାନଙ୍କୁ ଘାରିଛି ।

ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ଖରା ଯୋଗୁ ରାଉରକେଲାରେ ମଧ୍ୟ ଅସମ୍ଭାଳ ସ୍ଥିତି ରହିଛି । ଜଣେ କି ଦୁଇ ଜଣ ନୁହେଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୫ ଜଣ ମୃତ ଅବସ୍ଥାରେ ହସପିଟାଲରେ ପହଂଚିଥିବା ବେଳେ କିଛି ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+