ରେକର୍ଡ ଭାଙ୍ଗିଲା ତାତି: ଆଜି ବି ସୋନପୁର ସବୁଠୁ ଉତ୍ତପ୍ତ ସହର

ପ୍ରବଳ ଖରା ଯୋଗୁଁ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ରାସ୍ତାଘାଟ ଜନଶୂନ ହୋଇଯାଉଛି। ଖରା ତାତି ସହିତ ଗରମ ପବନରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ଜନଜୀବନ।

ଭୁବନେଶ୍ୱର: ପ୍ରବଳ ଖରା ଯୋଗୁଁ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ରାସ୍ତାଘାଟ ଜନଶୂନ ହୋଇଯାଉଛି। ଖରା ତାତି ସହିତ ଗରମ ପବନରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ଜନଜୀବନ।

Heat Wave in Odisha

ଚଳିତବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ ସ୍ଥରରେ ପହଞ୍ଚିଛି। ରାଜ୍ୟର ୬ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୯ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୪.୫ ଡିଗ୍ରୀ ସହ ସୋନପୁର ରାଜ୍ୟ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୯.୧ ଡିଗ୍ରୀ, ଚାନ୍ଦବାଲିରେ ୩୮.୦ ଡିଗ୍ରୀ, କଟକରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୧ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+