ଜଳୁଛି ପଶ୍ଚିମ ଓଡିଶା: ଆଜି ସମ୍ବଲପୁର ଓ ହୀରାକୁଦ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହୋଇଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ଓ ହୀରାକୁଦ ରାଜ୍ୟର ସବୁଠାରୁ ଉତ୍ତପ୍ତ ହୋଇଛି ।

ସେପଟେ ଆହୁରି ୩ ଦିନ ଏପରି ରହିବ ତାତି । ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିପାରେ । ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡିରେ ତାପମାତ୍ରା ଅଧିକ ରହିବ ।

Heat Wave

ଏହାସହ ଉପକୂଳ ଓଡିଶାରେ ପ୍ରବଳ ମାତ୍ରାରେ ଗୁଳୁଗୁଳି ହେବ । ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ବିଶେଷ ଭାବରେ ତାହାର ସୁଫଳ ମିଳିବ ନାହିଁ ।

ଆଜି ଦିନ ୨ ଟା ୩୦ ସୁଦ୍ଧା ତାପମାତ୍ରା:

ସମ୍ବଲପୁର: ୪୩.୨ ଡ଼ିଗ୍ରୀ
ହୀରାକୁଦ: ୪୩.୨ ଡ଼ିଗ୍ରୀ
ଝାରସୁଗୁଡା: ୪୦.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୬.୪ ଡ଼ିଗ୍ରୀ
ବାଲେଶ୍ୱର: ୩୬.୦ ଡ଼ିଗ୍ରୀ
ପୁରୀ: ୩୪.୦ ଡ଼ିଗ୍ରୀ
ଗୋପାଳପୁର: ୩୩.୨ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ
କେନ୍ଦୁଝର: ୨୫.୨ ଡ଼ିଗ୍ରୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+