କଲବଲ କଲାଣି ତାତି: ୧୨ ସ୍ଥାନରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ସନ୍ତୁଳି ହେଉଛି। ଆଜି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ସନ୍ତୁଳି ହେଉଛି। ଆଜି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

Heat Wave

ସୋନ୍‌ପୁରରେ ୪୩.୯ ଡିଗ୍ରୀ, ବଲାଙ୍ଗୀରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩ ଡିଗ୍ରୀ, ଅନୁଗୁଳରେ ୪୨.୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ସମ୍ୱଲପୁରରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୪୦.୫ ଡିଗ୍ରୀ ଏବଂ ହୀରାକୁଦରେ ୪୦.୩ ଡିଗ୍ରୀ ରହିଛି ।

ଅନ୍ୟପଟେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ କେନ୍ଦ୍ର କହିଛି ଯେ ୧୪ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୩୦ରୁ ୪୦ କିମି ରହିବ।

ସେହିଭଳି ୧୫ ଓ ୧୬ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମୟୂରଭଞ୍ଜରେ କାଳବୈଶାଖୀ ସମ୍ଭବାନାକୁ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+