ଆଉ ୪ ଦିନ କଲବଲ କରିବ ତାତି !
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଆଉ ୪ ଦିନ କଲବଲ କରିବ ତାତି । ଲାଗି ରହିବ ଗ୍ରୀଷ୍ମ ପ୍ରବାହ ସ୍ଥିତି । ଖରା ସାଙ୍ଗକୁ ଅଣାୟତ୍ତ କରିବ ଗୁଳୁଗୁଳି । ଏନେଇ ସୂଚନା ଦେଲା ପାଣିପାଗ ବିଭାଗ । ଆସନ୍ତା ୨୧ ତାରଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ଆଜି ସକାଳ ୮.୩୦ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୬ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବାରିପଦାରେ ୪୪.୨ ଡିଗ୍ରୀ, ବୌଦ୍ଧରେ ୪୩.୫, ନୂଆପଡ଼ାରେ ୪୩.୫ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪, ସମ୍ବଲପୁରରେ ୪୩.୨ଡିଗ୍ରୀ, ତାଳଚେରରେ ୪୩.୩ ଡିଗ୍ରୀ, ବଲାଙ୍ଗିରରେ ୪୩,୦ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ରାଉରକେଲାରେ ୪୨,୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୨ଡିଗ୍ରୀ, କେନ୍ଦୁଝର ଜିଲ୍ଲାରେ ୩୯.୨ଡିଗ୍ରୀ, ସମ୍ବଲପୁରରେ ୩୮.୬ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ଡିଗ୍ରୀ, ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଗୋପାଳପୁରରେ ୩୪.୬ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ପାରାଦୀପ ୨୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଆଞ୍ଚଳିତ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟରେ ପ୍ରବେଶ କରିବ । ଯାହା ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ । ଯାହାଫଳରେ ୨୧ ତାରିଖ ପରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହେବ ।
ସୂଚନା ଅନୁସାରେ, ଆଜି ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁର, ଏବଂ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଜାରି ନେଇ ମଧ୍ୟ ସତର୍କ କରାଯାଇଛି ।












Click it and Unblock the Notifications