Heat Wave: ୪୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ
ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀ ପାର୍ ହୋଇଛି । ଆଉ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର।
ଭୁବନେଶ୍ୱର: ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀ ପାର୍ ହୋଇଛି । ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ତା' ମଧ୍ୟରେ ୮ଟିର ତାପମାତ୍ରା ୪୪ ଡିଗ୍ରୀ ବା ତା'ଠୁ ଅଧିକ ରହିଛି। ଆଉ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର। ଆଜି ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ରାଜ୍ୟର ଚଳିତ ବର୍ଷର ଏହା ସର୍ବୋଚ୍ଚ ତାପମାତ୍ରା।

ବଲାଙ୍ଗିରରେ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦେବଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୪.୪, ଅନୁଗୋଳରେ ୪୪.୩, ଟିଟିଲାଗଡ଼ରେ ୪୪.୨, ସମ୍ବଲପୁରରେ ୪୪ ଓ ସୋନପୁରରେ ୪୪ ଡିଗ୍ରୀ ରହିଥିଲା । ତାଳଚେର ଓ ବରଗଡ଼ରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୩.୧, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ରହିଥିଲା। ସେହିପରି ବାରିପଦାରେ ୪୨.୪ ଡିଗ୍ରୀ, କେନ୍ଦୁଝରରେ ୪୨.୮, ଢେଙ୍କାନାଳରେ ୪୨, ନୂଆପଡ଼ାରେ ୪୨, ଫୁଲବାଣୀରେ ୪୧.୮, ଭଦ୍ରକରେ ୪୧.୫, ଯାଜପୁରରେ ୪୧, ନୟାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୫, ଚାନ୍ଦବାଲିରେ ୪୦.୪, କଟକ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଥିଲା ତାପମାତ୍ରା।
ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଖୋର୍ଦ୍ଧାରେ ୩୯, ଜଗତସିଂହପୁରରେ ୩୭, କେନ୍ଦ୍ରାପଡ଼ାରେ ୩୯.୮, ନବରଙ୍ଗପୁରରେ ୩୮.୨, ରାୟଗଡ଼ାରେ ୩୯.୮, କୋରାପୁଟରେ ୩୮.୫ ଓ ବାଲେଶ୍ୱରରେ ୩୭.୭ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆହୁରି ୪ଦିନ ଜାରି ରହିବ । ଏହାର ପ୍ରଭାବରେ ଅସହ୍ୟ ତାତି ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡି଼ଶାରେ ଏମିତି ସ୍ଥିତି ଲାଗି ରହିବ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡି଼ଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଉପକୂଳର କିଛି କିଛି ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର, ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।












Click it and Unblock the Notifications