ଆଗକୁ ଆହୁରି ବଡିବ ତାତି, ୩ରୁ ୫ଡିଗ୍ରୀ ବଢିବ ଦିନ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ତାତି । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଏଥିପାଇଁ ୧୫, ୧୬ ଓ ୧୭ ତାରିଖ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୧୯ ତାରିଖ ଯାଏଁ ହିଟୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାବ ବିଭାଗ । ତେବେ ଗତ ଦୁଇଦିନ ହେବ ତାପମାତ୍ରା ସାମାନ୍ୟ କମ୍ ଥିବା ବେଳେ ଆଗକୁ ଆହୁରି ବଢିବ ତାପମାତ୍ରା । ୩ରୁ ୫ଡିଗ୍ରୀ ତାପମାତ୍ରା ବଢିବା ଦ୍ୱାରା ପୁଣି ୪୦ଡିଗ୍ରୀ ଉପରକୁ ଯାଇପାରେ ହିଟୱେଭ୍ ।

ଆସନ୍ତା ୧୫ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣି ଜାରି କରାଯାଇଛି । ସେହିପରେ ୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୭ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ଲଗାତାର ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।












Click it and Unblock the Notifications