ଆସନ୍ତା ୨୨ ଯାଏଁ ଜାରି ରହିବ ଅସହ୍ୟ ତାତି ଓ ଗୁଳୁଗୁଳି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି । ତାତି ସାଙ୍ଗକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ମଧ୍ୟ ଜାରି ରହିଛି। ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ଫଳରେ ସକାଳୁ ଗରମ ସହିତ ଅପରାହ୍ମରେ ଆଶ୍ବସ୍ତି ମିଳୁଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବାକୁ ଥିବା ବେଳେ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ ।
ସେହିପରି ତତଲା କଡେଇରେ ସିଝୁଛି ପୁରା ଝାରସୁଗୁଡା ଜିଲ୍ଲା । ଦୀର୍ଘ ଦିନ ଏଠାରେ ପାରଦ ଉପରମୁହାଁ ରହୁଛି । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ସକାଳୁ ସକାଳୁ ଲାଗି ରହୁଛି ଖରାର ପ୍ରକୋପ । ଝାରସୁଗୁଡା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।












Click it and Unblock the Notifications