ଆହୁରି ୩ ଦିନ ଏମିତି କଲବଲ କରିବ ତାତି; ଆଜି ନୂଆପଡରେ ନିଆଁ ବର୍ଷା
Heat Wave in Odisha: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୫ ସହରର ତାପମାତ୍ରା । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୨.୮ ଡିଗ୍ରୀ ଟପିଛି ।
ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମଲହରୀ ଜାରି ରହିବ । ଅନ୍ୟପଟେ ଆଶ୍ବସ୍ତିର କଥା ହେଉଛି ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ଏହାରି ପ୍ରଭାବରେ ତାପମାତ୍ରା ଖସିବାର ବି ସମ୍ଭାବନା ରହିଛି । ୨୭ରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବା ସହ ଏହା ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୧୯ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ।

ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨ ଡିଗ୍ରୀ ପାର୍ କରିସାରିଥିଲା ପାରଦ । ସେହିପରି ଆଜି ଦିନ ଶେଷ ସୁଦ୍ଧା ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ସମ୍ୱଲପୁରରେ ୪୨.୯ ଡିଗ୍ରୀ, ଭୁବନେଶ୍ୱରରେ ୪୨.୮ ଡିଗ୍ରୀ, ସୋନପୁରରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, ଢେଙ୍କାନାଳରେ ୪୨.୩ ଡିଗ୍ରୀ, ବଲାଙ୍ଗିରରେ ୪୧.୭ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ବରଗଡ଼ରେ ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧.୦ ଡିଗ୍ରୀ, ହୀରାକୁଦରେ ୪୦.୯ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୫ ଡିଗ୍ରୀ, ଜଗତସିଂହପୁରରେ ୪୦.୨ ଡିଗ୍ରୀ, ନୟାଗଡ଼ରେ ୪୦.୨ ଡିଗ୍ରୀ ଓ କେନ୍ଦୁଝରରେ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ପାରଳାଖେମୁଣ୍ଡିରେ ୩୯.୬ ଡିଗ୍ରୀ, ଦେବଗଡ଼ରେ ୩୯.୪ ଡିଗ୍ରୀ, ଫୁଲବାଣୀରେ ୩୯.୦ ଡିଗ୍ରୀ, ବ୍ରହ୍ମପୁରରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୭.୬ ଡିଗ୍ରୀ, ରାୟଗଡ଼ାରେ ୩୬.୬ ଡିଗ୍ରୀ, ନବରଙ୍ଗପୁରରେ ୩୫.୮ ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୫.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ପାରାଦୀପରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି ।












Click it and Unblock the Notifications