ପୁଣି ଫେରିଲା ତାତି, ୪୪.୫ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ
ପୁଣି ଫେରିଲା ତାତି । ଆଜି ୪୪.୫ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ । ସେହିପରି ୬ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର କରିଛି । ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
ଭୁବନେଶ୍ୱର: ପୁଣି ଫେରିଲା ତାତି । ଆଜି ୪୪.୫ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ । ସେହିପରି ୬ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର କରିଛି । ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବଟି କରି ଏହି ସୂଚନା ଦିଆଯାଇଛି।

ତେବେ ଆଜି ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ସୋନପୁରରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ରାଜ୍ୟର ୧୮ ସହର ରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ
୬ ସହର ରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ pic.twitter.com/CVARGLiVm2
— Meteorological Centre, Bhubaneswar (@mcbbsr) May 3, 2022
ଅନ୍ୟପଟେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଯୋଗୁଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପବନର ବେଗ ୪୦ରୁ ୪୫କିମି ମଧ୍ୟରେ ରହିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଳକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ୪ ତାରିଖ ଦିନ ସମଗ୍ର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଅଞ୍ଚଳଗୁଡ଼ିକରେ କାଳବୈଶାଖୀ ବର୍ଷା ହେବ।












Click it and Unblock the Notifications