ତାତିରୁ ନାହିଁ ନିସ୍ତାର: ଆଜି ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ବୌଦ୍ଧ ବନିଲା ତତଲା ତାୱା

ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

Heat Wave

ସେହିପରି ଝାରସୁଗୁଡ଼ାରେ ପାରଦ ୪୩.୯ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଅନୁଗୁଳ ଓ ସମ୍ବଲପୁରରେ ୪୩.୧ ଡିଗ୍ରୀ ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଅନୁଗୁଳରେ ୪୩.୧ ଡିଗ୍ରୀ, ଦେବଗଡ଼ରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଛି । ଏହାସହ ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ଥିବା ବେଳେ କଟକ ସହରର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି ।

ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଓ ଉଚ୍ଚ ସୌରତାପ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା କିଛି ସ୍ଥାନରେ ୨ ଡିଗ୍ରୀ ଯାଏ ବଢ଼ିଯିବ । ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଆଉ ୨ ଦିନ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+