ଜଳୁଛି ରାଜଧାନୀ; ପୁଣି ୪୦ ଟପିଲା ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର: ୩୨ ଦିନର ବ୍ୟବଧାନ ପରେ ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଗତ ଏପ୍ରିଲ ୨୦ରେ ସର୍ବୋଚ୍ଚ ୪୩.୨ ଡିଗ୍ରୀ ରେକର୍ଡ ହୋଇଥିଲା ।

ସେହିପରି ଭୁବନେଶ୍ୱର ସହ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡାରେ ସର୍ବୋଚ୍ଚ ତାମପାତ୍ରା ୪୨.୨ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ୪୧.୪ ଡ଼ିଗ୍ରୀ, ହୀରାକୁଦରେ ୪୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୪ ଡ଼ିଗ୍ରୀ,
କେନ୍ଦୁଝରରେ ୩୭.୪ ଡ଼ିଗ୍ରୀ, ପୁରୀରେ ୩୫.୨ ଡ଼ିଗ୍ରୀ, ଗୋପାଳପୁରରେ ୩୪.୮ ଡ଼ିଗ୍ରୀ ଓ ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Heat Wave in Odisha

ସେହିପରି ଆଜି ସକାଳ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା ୩୮.୪, ସମ୍ବଲପୁର ୩୮.୨, ହୀରାକୁଦ ୩୭.୪, ଚାନ୍ଦବାଲି ୩୬.୬, କେନ୍ଦୁଝର ୩୬.୪, ଗୋପାଳପୁର ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୩.୬, ପୁରୀ ୩୩, ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି ।

ଅପରପକ୍ଷେ ସୋମବାର ଦିନ (ଗତକାଲି) ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । କିଛି ସ୍ଥାନରେ କୁଆପଥର ବି ପଡ଼ିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+