Heat Wave in Odisha: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା: ୪୦ ଡିଗ୍ରୀ ଉପରେ ୮ଟି ସହର

ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ୧୧ଟାରୁ ଆରମ୍ଭ ହୋଇଯାଉଛି ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକୋପ ସାଙ୍ଗକୁ ଝାଞ୍ଜିମାଡ଼ । ଅସ୍ତବ୍ୟସ୍ତ କରି ପକାଉଛି ଜନ ଜୀବନ । ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି।

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ୧୧ଟାରୁ ଆରମ୍ଭ ହୋଇଯାଉଛି ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକୋପ ସାଙ୍ଗକୁ ଝାଞ୍ଜିମାଡ଼ । ଅସ୍ତବ୍ୟସ୍ତ କରି ପକାଉଛି ଜନ ଜୀବନ । ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗିର ହେଉଛି ଉତ୍ତପ୍ତ ସହର। ଏଠାରେ ଦିନର ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Heat Wave in Odisha

ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଆଜି ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ସମ୍ବଲପୁରରେ ୪୧.୧ ଡିଗ୍ରୀ, ସୋନ୍‌ପୁରରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପାଗ ଏହିଭଳି ରହିବ ।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୪.୬ ଡିଗ୍ରୀ, ଚାନ୍ଦବାଲିରେ ୩୪.୪ ଡିଗ୍ରୀ, କଟକରେ ୩୪.୨ ଡିଗ୍ରୀ, ପାରାଦୀପରେ ୩୧.୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୦.୦ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୬ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୯.୯ ଡିଗ୍ରୀ, ଟିଟିଲାଗଡରେ ୪୨.୫ ଡିଗ୍ରୀ, ମାଲକାନଗିରିରେ ୩୯.୦ ଡିଗ୍ରୀ, ସୋନପୁରରେ ୪୦.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୭.୪ ଡିଗ୍ରୀ ଓ ଯାଜପୁରରେ ୩୬. ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+