ଏଥର ରେକର୍ଡ ଭାଙ୍ଗିବ ରାଜଧାନୀ ତାତି !

୧୯୬୩ ମସିହାରେ ଫେବୃୟାରୀ ମାସରେ ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୨୩ରେ ଏହି ତାପମାତ୍ରା ଟପି ଯିବାର ଅନୁମାନ କରାଯାଉଛି ।

 Heat Wave in Bhubaneswar

Heat Wave in Bhubaneswar: ଏଥର ରେକର୍ଡ ଭାଙ୍ଗିପାରେ ରାଜଧାନୀ ତାତି । ୪୦ ବର୍ଷର ରେକର୍ଡ ଭାଙ୍ଗିବ ଏଥର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା । ଏମିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମିଳିଥିବା ସୂଚନାନୁାସାରେ, ୧୯୬୩ ମସିହାରେ ଫେବୃୟାରୀ ମାସରେ ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୨୩ରେ ଏହି ତାପମାତ୍ରା ଟପି ଯିବାର ଅନୁମାନ କରାଯାଉଛି ।

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରର ପାରଦ ୩୭ ଡିଗ୍ରୀ ଟପିଛି । ଶନିବାର ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି । ଯାହା ସ୍ବାଭାବିକରୁ ଅଧିକ।

ନଜର ପକାନ୍ତୁ, ଗତ କିଛି ବର୍ଷର ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା-

  • ୨୧ ଫେବୃଆରୀ ୨୦୧୬: ୪୦.୯ ଡ଼ିଗ୍ରୀ
  • ୧୨ ଫେବୃଆରୀ ୨୦୧୭: ୩୭.୦ ଡ଼ିଗ୍ରୀ
  • ୩ ଫେବୃଆରୀ ୨୦୧୮: ୩୮.୨ ଡ଼ିଗ୍ରୀ
  • ୨୩ ଫେବୃଆରୀ ୨୦୧୯: ୩୯.୪ ଡ଼ିଗ୍ରୀ
  • ୧୯ ଫେବୃଆରୀ ୨୦୨୦: ୩୩.୮ ଡ଼ିଗ୍ରୀ
  • ୨୭ ଫେବୃଆରୀ ୨୦୨୧: ୪୦.୬ ଡ଼ିଗ୍ରୀ
  • ୨୮ ଫେବୃଆରୀ ୨୦୨୨: ୩୪.୫ ଡ଼ିଗ୍ରୀ

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଆହୁରି ବଢିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ବାୟୁ ମଣ୍ଡଳରେ ଅସ୍ଥିରତା, ବର୍ଷାର ଅଭାବ, ଜଂଗଲ କ୍ଷୟ ହିଁ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+