ରଜରେ ଜଳୁଛି ରାଜଧାନୀ, ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର: ରଜରେ ଜଳୁଛି ରାଜଧାନୀ । ଗତକାଲି ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଜି ପୁଣି ଫେରିଛି ତାତି । ଆଜି ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ଆଦ୍ରତା ୪୫ ପ୍ରତିଶତ ଥିବାରୁ ଗୁଳୁଗୁଳି ଅନୁଭୂତ ହୋଇଛି ।
ସେହିପରି ସକାଳ ୮ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ତୁଳନାରେ ଆଜି ପାଖାପାଖି ୭ଡିଗ୍ରୀ ତାପମାତ୍ରା ବଢିଛି । ଗତକାଲି ୩୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ, ଝାରସୁଗୁଡାରେ ଆଜି ସର୍ବାଧିକ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ୪୧.୨, ବାଲେଶ୍ୱର ୩୮.୨, ଚାନ୍ଦବାଲି ୩୭.୮, ପୁରୀ ୩୫ଡିଗ୍ରୀ ରେକର୍ଡ କରାଯାଇଛି ।

ଗତ ଦୁଇ ଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଗ୍ରହଣ କରନ୍ତୁ ।
ସେପଟେ ରାଜ୍ୟରେ ଆହୁରି ୪ ଦିନ ଜାଳିବ ଗ୍ରୀଷ୍ମ ପ୍ରବାହ । ୫ଟି ଜିଲ୍ଲାରେ ଦୁଇ ଦିନ ପାଇଁ ଉଷ୍ମ ତାତି ଜାରି ରହିବ । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୬ଟି ଜିଲ୍ଲାକୁ ଅରେଞ୍ଜ, ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।












Click it and Unblock the Notifications