ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ତାତିରେ ଅସ୍ତବ୍ୟସ୍ତ ଜନଜୀବନ
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାତିରେ ଅସ୍ତବ୍ୟସ୍ତ ହୋଇ ପଡୁଛି ଜନଜୀବନ । ସକାଳ ଦଶ ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି ।
ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାତିରେ ଅସ୍ତବ୍ୟସ୍ତ ହୋଇ ପଡୁଛି ଜନଜୀବନ । ସକାଳ ଦଶ ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି ।

ତେବେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୪ ଡ୍ରିଗୀ । ସେହିପରି ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮ ଡ଼ିଗ୍ରୀ, ଭୁବନେଶ୍ୱର ୩୭.୬ ଡ଼ିଗ୍ରୀ, ଚାନ୍ଦବାଲି ୩୭ ଡ଼ିଗ୍ରୀ, କେନ୍ଦୁଝର ୩୮.୮ ଡ଼ିଗ୍ରୀ, ହୀରାକୁଦ ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୦.୮ ଡ଼ିଗ୍ରୀ, ପାରାଦ୍ୱୀପ ୩୨.୦ ଡ଼ିଗ୍ରୀ, ପୁରୀ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢ଼ିପାରେ ସେ ପୂର୍ବାନୁମାନ ଲଗାଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ବିପଜ୍ଜନକ ସ୍ଥିତିରେ ରହିଛି ଅଲଟ୍ରା ଭାୟୋଲେଟ୍ ଇଣ୍ଡେକ୍ସ ବା ଅତି ବାଇଗଣି ବିକିରଣ ରଶ୍ମୀର ମାତ୍ରା । ଭୁବନେଶ୍ୱରରେ ୟୁଭି ମାତ୍ରା ୧୨ରେ ପହଞ୍ଚିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିପାରେ । ଆଜି ୧୧ଟାରୁ ୧୨ଟା ଯାଏଁ ୟୁଭି ମାତ୍ରା ୧୨ରେ ଅପରିବର୍ତ୍ତିତ ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟୁଭିର ଏଭଳି ଭୟଙ୍କର ସ୍ତରକୁ ନେଇ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ।












Click it and Unblock the Notifications