ଆହୁରି ୩୬ ଘଣ୍ଟା ତାତି, ଆଜି ପୁଣି ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର: ଖରାରେ ଆଉଟୁପାଉଟୁ ସାରା ଓଡ଼ିଶା । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁ ତାତି ଆଉ ତାତି । ତେବେ ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୨ ତାରିଖରୁ ତାତି କମିବ, କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରେକର୍ଡ ହେଉଛି । ଏବେ ରହୁଥିବା ଗୁରୁଚାପ ବଳୟ ପ୍ରଭାବ ଆହୁରି ଦୁଇ ଦିନ ପରେ ହ୍ରାସ ପାଇବା ସମ୍ଭାବନା ରହିଛି ।

Heat Wave Continue in Odisha

ସେପଟେ ଆଜି ଦିନ ସାଢେ ୨ଟା ସୁଦ୍ଧା ୬ ସହର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୨. ୮ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୪୨, ୬ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ରେ ତାପମାତ୍ରା ୪୧. ୪ ଡିଗ୍ରୀ ଥିଲା ବେଳେ ଭୁବନେଶ୍ୱରରେ ୪୦.୨, ଚାନ୍ଦବାଲିରେ ୩୯.୬, କେନ୍ଦୁଝରରେ ୩୯. ୬, ବାଲେଶ୍ୱରରେ ୩୮. ୬, ସମ୍ୱଲପୁରରେ ୩୮. ୬, ପୁରୀ ୩୪ ଡିଗ୍ରୀ ରହିଛି ।

ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ୍‌ ଛୁଟି। ରାଜ୍ୟରେ ବଢ଼ି ଚାଲିଥିବା ଖରାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଆସନ୍ତାକାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି । ପୂର୍ବରୁ ସାଧାରଣତଃ ମେ' ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି । ସ୍କୁଲ୍‌ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଯେ, 'ପ୍ରବଳ ତାତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍‌ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ। ସ୍କୁଲ୍‌ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ନିଆଯିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+