ଆହୁରି ୪ରୁ ୫ ଦିନ ଏମିତି ଜାଳିବ: ମାର୍ଚ୍ଚରେ ଆହୁରି ଅସମ୍ଭାଳ ହେବ ତାତି

ରାଜ୍ୟରେ ଆହୁରି ୪ରୁ ୫ ଦିନ ତାତି ଲାଗି ରହିବ । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର ।

Heat Wave

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ରୁ ୫ ଦିନ ତାତି ଲାଗି ରହିବ । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ଆଜି ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ୧୨ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି ।

ତେବେ ନଭେମ୍ବର ମାସଠାରୁ ବର୍ଷା ହୋଇନଥିବା ବେଳେ ମାଟି ଶୁଷ୍କ ରହିଛି । ସାମୁଦ୍ରିକ ବାୟୁ ସ୍ଥଳଭାଗକୁ ପ୍ରବାହ ନହେବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ୍ କିରଣ ମାଟି ଉପରେ ପଡିବାରୁ ତାପମାତ୍ରା ବଢିବା ସହ ସହର ମଧ୍ୟରେ ଗରମ ପବନ ପ୍ରବାହିତ ହେଉଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ୪୨.୭ ଡିଗ୍ରୀ ସେଲସିୟସ ତାପମାତ୍ରାକୁ ସର୍ବକାଳୀନ ରେକର୍ଡ ଭାବେ ଧରାଯାଉଛି। ଏହି ତାପମାତ୍ରା ୨୩ ଫେବୃଆରୀ ୧୯୬୩ରେ ରେକର୍ଡ କରାଯାଇଥିଲା। ସେହିପରି ସେହିପରି ୨୦୧୬ ଫେବ୍ରୁଆରୀ୨୧ରେ ଭୁବନେଶ୍ୱରରେ ତାପମାତ୍ରା ୪୦.୯ ଡିଗ୍ରୀ, ୨୦୨୧ ଫେବ୍ରୁଆରୀ ୨୭ରେ ୪୦.୬, ୨୦୧୯ ଫେବ୍ରୁଆରୀ ୨୩ରେ ୩୯.୪ ଡିଗ୍ରୀ ଓ ୨୦୧୮ ଫେବ୍ରୁଆରୀ ୩ରେ ତାପମାତ୍ରା ୩୮.୨ ରେକର୍ଡ ହୋଇଥିଲା।

ତେବେ ଗତ ୨୦୨୧ରେ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା ଭୁବନେଶ୍ବର । ଏଥର ମଧ୍ୟ ଭୁବନେଶ୍ବର ସମେତ ବାରିପଦା, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଟିଟିଲାଗଡ ବିଶ୍ବ ତଥା ଦେଶର ଉତ୍ତପ୍ତ ସହର ହେବା ଆଶଙ୍କା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ମାର୍ଚ୍ଚ ଆରମ୍ଭରୁ ଗରମ ଅନୁଭୂତ ହେବ । ଉତ୍ତର ଆଭ୍ୟନ୍ତରୀଣରେ ଫେବ୍ରୁଆରୀ ୨୫ ପର୍ଯ୍ୟନ୍ତ, ଦକ୍ଷିଣ ଆଭ୍ୟନ୍ତରୀଣରେ ୨୭ ପର୍ଯ୍ୟନ୍ତ ଏବଂ ଉପକୂଳରେ ୨୮ ପର୍ଯ୍ୟନ୍ତ ଦିନର ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଫେବୃଆରୀ ୨୮ରୁ ମାର୍ଚ୍ଚ ୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨-୩ ଡିଗ୍ରୀ ବଢ଼଼ିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ମଧ୍ୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+