ରାଜଧାନୀରେ ନିଆଁ ବର୍ଷା, ୪୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟ ଉତ୍ତପ୍ତ ସହର ଭୁବନେଶ୍ୱର

ଆଜି ୪୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟ ଉତ୍ତପ୍ତ ସହର ପଲଟିଛି ରାଜଧାନୀ ଭୁବନେଶ୍ୱର । ଡହ ଡହ ଖରାରେ ଡହଳ ବିକଳ ହୋଇଛନ୍ତି ରାଜଧାନୀବାସୀ । ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର: ରାଜଧାନୀରେ ନିଆଁ ବର୍ଷା । ତତଲା ତାୱାରେ ଟକମକ୍ ହୋଇ ଫୁଟୁଛି ରାଜଧାନୀ । ଆଜି ୪୩ ଡିଗ୍ରୀ ତାପମାତ୍ରା ସହ ରାଜ୍ୟ ଉତ୍ତପ୍ତ ସହର ପଲଟିଛି ରାଜଧାନୀ ଭୁବନେଶ୍ୱର । ଡହ ଡହ ଖରାରେ ଡହଳ ବିକଳ ହୋଇଛନ୍ତି ରାଜଧାନୀବାସୀ । ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

Heat Wave in Bhubaneswar

ରାଜଧାନୀ ସମେତ ରାଜ୍ୟର ଅନ୍ୟ ୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ଝାରସୁଗୁଡ଼ାରେ ୪୧.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲି ଓ ସମ୍ବଲପୁରରେ ୪୦.୮ ଲେଖାଏ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ହୀରାକୁଦ ଓ କେନ୍ଦୁଝରରେ ୪୦ଡିଗ୍ରୀ ରହିଛି ପାରଦ ।

ଓଡ଼ିଶା ମଧ୍ୟକୁ ବହୁଥିବା ଶୁଷ୍କ ପବନ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଛି । ଆସନ୍ତା 4ଦିନ ପର୍ଯ୍ୟନ୍ତ ମଧ୍ୟ ସମାନ ପାଗ ରହିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।

Heat Wave in Bhubaneswar

କାହିଁକି ଏତେ ତାପମାତ୍ରା ?

ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଲା- ପାଣିପାଗରେ ପରିବର୍ତ୍ତନ, ଜଙ୍ଗଲ ଅବକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି।

Heat Wave in Bhubaneswar

ତେବେ ତାପମାତ୍ରା ଅଧିକ ରହୁଥିବାରୁ କାଳବୈଶାଖୀ ସମ୍ଭାବନା ମଧ୍ୟ ନାହିଁ। ତେଣେ ଆଞ୍ଚଳିକ ପାଣିପାଗ ବିଭାଗର କହିବା କଥା, ଗଲା ସପ୍ତାହେ ହେଲାଣି ଆଉ ସମୁଦ୍ର ପବନ ଆସୁନି। କେବଳ ପଶ୍ଚିମା ପବନ ବୋହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଏଭଳି ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ। ଆସନ୍ତା ୨୫, ୨୬, ୨୭ରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ହିଟେଓ୍ୱଭ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ତାପମାତ୍ରା ବଢୁଥିବାରୁ, ଅଂଶୁଘାତ ରୋଗୀଙ୍କ ସଂଖା ବଢିବା ଆଶଙ୍କା ଦେଖାଦେଲାଣି। ଏଭଳି ସ୍ଥଳେ ମ଼େଡିକାଲ ମାନଙ୍କରେ ସ୍ୱତନ୍ତ୍ର ବେଡ ପ୍ରସ୍ତୁତ ସହ ଔଷଧ ମହଜୁଦ ରଖାଯାଇଛି। କଟକ ଏସସିବିରେ ମଧ୍ୟ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ଥିବା ବେଳେ ଆବଶ୍ୟକସ୍ଥଳେ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+