୩ ଦିନ ପରେ ଅସମ୍ଭାଳ ତାତି, ଆଗକୁ ବଢିବ ତାପମାତ୍ରା
୨୯ ମାର୍ଚ୍ଚରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ରହିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ଧୀରେ ଧୀରେ ୨-୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।ସେପଟେ ଆଗାମୀ ୫ ଦିନ ପାଗ ଶୁଖିଲା ରହିବ ବୋଲି କହିଛି। ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରି କମ ରହିଛି, ଯାହାକି ଆଗାମୀ ୩ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତା ୨୯ ତାରିଖରେ ହିଟ ୱେଭ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ସୋନପୁର, ବଲାଙ୍ଗୀର, ବୌଦ୍ଧ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ ୱେଭ ସତର୍କତା ଥିବା ବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି।












Click it and Unblock the Notifications