ଆଜି ହେବ ପୀୟୂଷ ତ୍ରିପାଠୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି

ଆଜି ହେବ ପୀୟୂଷ ଫୈସଲା । ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିବେ ଭୁବନେଶ୍ବର ସିଭିଲ ଜଜ୍ କୋର୍ଟ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ କୋର୍ଟରେ ମାମଲା ଦାୟର ହୋଇଥିଲା । ଏହା ପରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପର କଟକଣା ଲଗାଇଛନ୍ତି କୋର୍ଟ ।

Piyush Tripathi

ଗତ ୧୨ ତାରିଖ ଓ ୧୫ ତାରିଖରେ କୋର୍ଟରେ ନିଜ ପକ୍ଷ ରଖି ସାରିଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ ଓ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଂଜୀବ ପାଢ଼ୀ । ଆଜି ପୀୟୂଷ ଓ ସଂଜୀବ ପାଢ଼ୀଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିବେ କୋର୍ଟ । ଏହା ପୂର୍ବରୁ ସୋମବାର ଅଭିନେତା ପୀୟୂଷ ତ୍ରିପାଠୀ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ସେ କହିଛନ୍ତି, ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହାକୁ ମହାପ୍ରଭୁ ବିଚାର କରିବେ। ମୁଁ ଧର୍ଯ୍ୟର ସହ ଅପେକ୍ଷା କରିଛି। ମହାପ୍ରଭୁଙ୍କ ଆଶୀର୍ବାଦ ସହ ଦର୍ଶକଙ୍କ ଭଲପାଇବା ମୋ ସହ ଅଛି ବୋଲି କହିଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ । ମହାପ୍ରଭୁଙ୍କ ଆଶୀର୍ବାଦ ହେଲେ ମୁଁ ପୁଣି ମଞ୍ଚ ଚଢ଼ିବି ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+