ଭବାନୀପାଟଣାରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି:ସରେଶ ପୂଜାରୀ

ରାଜ୍ୟ ସରକାର ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରୁ ଶାସନ କରିବେ। ବିଗତ କିଛି ଦଶନ୍ଧି ପୂର୍ବରୁ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଦେଶରେ ପରିଚିତ ଥିବା କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ। ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ଆସନ୍ତା ଦିନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଅଭିଯୋଗ ଶୁଣାଣି କରିବେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାଦଶ ଅଭିଯୋଗ ଶୁଶାଣି ଆଜି ଶେଷ ହୋଇଛି। ଭୁବନେଶ୍ୱରରେ ଆଜି ଏହି ଅଭିଯୋଗ ଶୁଣାଣି ହୋଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ୧୧ ଥର ଓ ସମ୍ବଲପୁରରେ ଗୋଟିଏ ଥର ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ରାଜଧାନୀ ବାହାରେ ପୂର୍ବରୁ ଶୁଶାଣି ହୋଇଛି। ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଜନ ଶୁଣାଣି ଶିବିରର ଆୟାଜନ ହେବ। ପ୍ରତିଥର ୧୦୦୦ ଲୋକଙ୍କ ଅଭିଯୋଗ ଶୁଶାଣି ପାଇଁ ବ୍ୟବସ୍ଥା କରାଯାଉଛି।

mohan majhi

ସରକାର, ମନ୍ତ୍ରୀ ଓ ବିଭିନ୍ନ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ଏବଂ ସେ ଜିଲ୍ଲାର ଆଖପାଖ ଲୋକ ଯାହାର ଯାହା ଅଭିଯୋଗ ରହିଛି ସେମାନେ ସହଜରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ପହଂଚି ପାରିବେ। ତାଙ୍କ ସମସ୍ୟା ସମାଧାନ କରିବେ। ରାଜସ୍ବ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ୭ ଜଣ ମନ୍ତ୍ରୀ ଓ ଅଧିକାରୀ ଅଭିଯୋଗ ଶୁଣୁଛନ୍ତି। ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ବନ୍ଧିତ ସମସ୍ୟାରେ ତୁରନ୍ତ ସିଙ୍ଗଲ ୱଇଣ୍ଡ ସିକ୍ସ୍ଟମ ଭାବରେ ସମାଧାନ କରାଯାଉଛି। ଚଳିତ ବର୍ଷ ଠାରୁ ଗତ ଶୁଣାଣି ମଧ୍ୟରେ ୩୮ ଜଣଙ୍କୁ ତୁରନ୍ତ ୪୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିସାରିଛି। ଆଜି ମଧ୍ୟ ୧୦ ଜଣଙ୍କୁ ୯ ଲକ୍ଷ ୫୦ ହଜାର ଟଙ୍କା ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+