Get Updates
Get notified of breaking news, exclusive insights, and must-see stories!

ସକାଳୁ ଉଠି ଖାଲି ପେଟରେ ପ୍ରଥମେ କ’ଣ ଖାଇବେ କ’ଣ ପିଇବେ ?

ଖାଲିପେଟରେ ସକାଳୁ କଣ ଖାଇବା ଓ କଣ ପିଇବା ଜରୁରୀ ହୋଇଥାଏ । କିଛି ଲୋକ ସକାଳୁ ଉଠିବା ମାତ୍ରେ ଚା ପିଇବାକୁ ଭଲ ପଆନ୍ତି, କିନ୍ତୁ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ପେଟରେ ଏସିଡ ସମସ୍ୟା ବଢିଥାଏ । ଏହାର କାରଣ ହେଉଛି ପେଟରେ ଏସିଡ ପରିମାଣ ସକାଳେ ଅଧିକ ଥାଏ ଏବଂ ଚା କଫି ଏସିଡ ପରିମାଣକୁ ଆହୁରି ବଢାଇଥାଏ । କିଛି ଖାଦ୍ୟ ଖାଇବା ପରେ ଚା ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ।
ସକାଳୁ ଉଠିବା ପରେ ଶରୀରରେ ଜଳର ଘୋର ଅଭାବ ଦେଖାଯାଏ । ତେଣୁ ସକାଳୁ ପ୍ରଥମେ ଗୋଟିଏ ଗ୍ଲାସ ପାଣି ପିଇବା ଜରୁରୀ । ଏହା ଶରୀରକୁ ଡିହାଇଡ୍ରେଟ୍‌ ହେବାରୁ ରକ୍ଷା କରିବ । ଦ୍ୱିତୀୟରେ ପେଟରେ ଏସିଡ ପରିମାଣ ସକାଳୁ ଅଧିକ ରହିଥାଏ । ଆମେ ପାଣି ପାଇବା ଦ୍ୱାରା ଏହା ଏସିଡ ସହି ମିଶ୍ରିତ ହୋଇଯାଏ । ଏହି କାରଣରୁ ଗ୍ୟାସ କିମ୍ବା ଏସିଡ୍‌ ପରିମାଣ କମ୍‌ ହେବ । ଦିନ ସାରା କାର୍ଯ୍ୟ କରିବାକୁ ଶରୀରକୁ ଶକ୍ତି ଆବଶ୍ୟକ । ସକାଳୁ ପାଣି ପିଇବା ସହ ଭଲ ଭାବରେ ଖାଇବା ଦ୍ୱାରା ଏହି ଶକ୍ତି ମିଳିଥାଏ । ଯଦି ଆପଣ ସକାଳୁ ଅଧିକ ପାଣି ପିଅନ୍ତି ତେବେ କୋଷ୍ଠକାଠିନ୍ୟର ସମସ୍ୟାର ମଧ୍ୟ ସମାଧାନ ହୋଇପାରେ ।

HEALTH TIPS What should you eat and drink first thing in the morning
ବିଶେଷଜ୍ଞଙ୍କ ଅନୁଯାୟୀ ପାଣି ପିଇବା ପରେ ଆପଣ କିଛି ହାଲୁକା ଖାଦ୍ୟ ଖାଇପାରିବେ । ଯେପର ସୁଜି ହାଲୁଆ, ଭିଜା ବାଦାମ, ଗଜା ବୁଟମୁଗ ଇତ୍ୟାଦି ଖାଇପାରିବେ । ଯଦି ଆପଣ ଏହାସହିତ କିଛି ଅଧିକ ଖାଇବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ କିଛି ଫଳ ଯେପରି ସେଓ, କଦଳୀ ଏବଂ ତରଭୁଜା ସାମିଲ କରିପାରିବେ । ଖାଲି ସେତିକି ନୁହେଁ ଓଟ୍ସ, ଅଣ୍ଡା, ଚିଆ ସିଡ୍‌ ମଧ୍ୟ ଖାଇପାରିବେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+