Kidney cancer: କିଡନୀ କ୍ୟାନସର ରୋଗର କାରଣ , ଲକ୍ଷଣ, ନିରାକରଣ
ଦିନକୁ ଦିନ କିଡନୀ କ୍ୟାନସର ବଢ଼ିଚାଲିଛି । ଏକ ରିପୋର୍ଟ ଅନୁସାରେ, ଏହା 2040 ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ଼ କାରଣ ହୋଇପାରେ। ତେଣୁ କିଡନୀକୁ ସୁସ୍ଥ ରଖିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସରେ ବିଶ୍ୱ କିଡନୀ କ୍ୟାନସର ଦିବସ ପାଳନ କରାଯାଏ। ତେବେ କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଏବଂ ପ୍ରତିରୋଧ କିପରି କରାଯାଇ ପାରିବ, ଜାଣନ୍ତୁ...
କିଡନୀ କର୍କଟର ଲକ୍ଷଣ
ପରିସ୍ରାରେ ରକ୍ତ।
ଅଣ୍ଟାରେ ଯନ୍ତ୍ରଣା।
ଭୋକ ନ ଲାଗିବା।
ଓଜନ ହ୍ରାସ।
ଜ୍ୱର ଲାଗି ରହିବା।
ରକ୍ତହୀନତା ଏବଂ ଦୁର୍ବଳତା।
କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ
ଧୂମପାନ କରୁଥିବା ବ୍ୟକ୍ତି କିଡନୀ ବା ବୃକକ କର୍କଟରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କର କିଡନୀ କର୍କଟ ହୋଇପାରେ।
କିଡନୀ କର୍କଟକୁ ରୋକିବା ପାଇଁ କଣ କରିବା ଉଚିତ୍?
କିଡନୀ କର୍କଟକୁ ରୋକିବା ପାଇଁ ଶରୀରର ଓଜନ ବଜାୟ ରଖନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ଯଦି ରକ୍ତଚାପ ଅଛି, ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ। ନିୟମିତ ଔଷଧ ସେବନ କରନ୍ତୁ। ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାଠୁ ନିଜକୁ ରକ୍ଷା କରନ୍ତୁ।

ଚିକିତ୍ସା
ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର କିଡନୀ କର୍କଟ ଅଛି, ତେବେ 6 ମାସ କିମ୍ବା ବର୍ଷେ ମଧ୍ୟରେ ଯାଞ୍ଚ କରାଇ ନିଅନ୍ତୁ। ଯାହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ରୋଗ ଚିହ୍ନଟ ହୋଇପାରିବ। ରୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅସ୍ତ୍ରୋପଚାର କିମ୍ବା ଔଷଧ ପାଇଁ ପରାମର୍ଶ ଦେଇଥାନ୍ତି।
ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଡାୟାଲିସିସ୍ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍ ପଦ୍ଧତି ଅନୁସରଣ କରାଯାଏ। ଏହା ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍ ଅଣୁ ଇତ୍ୟାଦିକୁ ରକ୍ତରୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ରକ୍ତରୁ ନିଷ୍କାସନ କରିଦିଏ। ଡାୟାଲିସିସ୍ରେ ବ୍ୟବହୃତ ହୋଇଥାଏ ସେମିଘର୍ମିଏବଲ୍ ପରଦା। ଏହି ପରଦାଟି ସେଲ୍ୟୁଲୋଜ୍ ଏସିଟେଟ୍ କିମ୍ବା ପଲି ୟୁରେଥେନ୍ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍ ନାମକ ଉପାଦାନରେ ତିଆରି। ପରଦାଟିରେ ରହିଥାଏ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ। ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମିଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନମାନ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାୟାଲିସିସ୍ ଦ୍ରବଣ ବା ଡାୟାଲାଇସେଟ୍ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ରକ୍ତ କୋଷିକା ଓ ପ୍ରୋଟିନ୍ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍ମିଏବଲ୍ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି। ଆକ୍ୟୁଟ୍ ରେନାଲ୍ ଫେଲ୍ୟୁଓର୍ରେ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍ ପାଇଁ ଅପେକ୍ଷା କରିଥିବା କ୍ରନିକ୍ ରେନାଲ୍ ଫେଲ୍ୟୁଓର୍ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍ ସମ୍ଭବ ହୋଇ ପାରୁ ନଥିବା ରୋଗୀମାନଙ୍କ ପାଇଁ ଡାୟାଲିସିସ୍ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା।












Click it and Unblock the Notifications