Health Tips: ପ୍ରତିଦିନ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ସକାଳ ହେବା ମାତ୍ରେ ତୁଳସୀ ଗଛକୁ ଆମେ ପୂଜା କରିଥାଉ । ତୁଳସୀ ଔଷଧୀୟ ଗୁଣରେ ଭରପୁର ବୋଲି ଆମେ ଜାଣୁ । ଯାହା ଦ୍ବାରା ଆମେ ତୁଳସୀ ପତ୍ରକୁ ଅନେକ ସମସ୍ୟା ପାଇଁ ବ୍ୟବହାର କରିଥାଉ ।

ବିଶେଷଜ୍ଞମାନେ ତୁଳସୀ ଗଛର ପତ୍ରକୁ ଦେହ ପାଇଁ ହିତକର ବୋଲି ବିବେଚନା କରିଥାନ୍ତି । ଅନେକ ଲୋକେ ଏହାକୁ ଚା'ରେ ମଧ୍ୟ ବ୍ୟବହାର କରିଥାନ୍ତି । ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଲୋକେ ଖାଲିପେଟରେ ତୁଳସୀ ପତ୍ରକୁ ଚୋବାଇ ଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ଖାଲିପେଟରେ ଚୋବାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

Eat Tulsi leaves every day

ହୁଏତ ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଏହା ସତ । ବେଳେବେଳେ ଆମେ ଅନେକ ଜିନିଷକୁ ଭଲ ଭାବିଥାଉ ହେଲେ ପରେ ତାହା ଖରାପ ପ୍ରଭାବ ପକାଇଥାଏ । ପୁରୁଣା କାଳରୁ ଏହି ତୁଳସୀ ବ୍ୟବହାର କରି ଅନେକ ରୋଗରୁ ଉପଶମ ପାଇଥାନ୍ତି । ଯାହା ଫଳରେ ତୁଳସୀ ପତ୍ର ଉପରେ ଲୋକଙ୍କ ଧାର୍ମିକ ବିଶ୍ବାସ ସହିତ ଜଡିତ ହୋଇ ରହିଥାଏ ।ଆମେ ଏହାକୁ ଭଲ ଭାବୁଥିବା ବେଳେ ଏହା ଅନେକ ସମୟରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ହଠାତ୍ ଏହା ଶୁଣି ଆପଣଙ୍କୁ ସାଧାରଣତଃ ଆଶ୍ଚର୍ଯ୍ୟ ଲାଗିଥାଏ । ଆପଣ ଏହାକୁ ବିଶ୍ବାସ ନକଲେ ମଧ୍ୟ ଏହା ହିଁ ସତ । ତୁଳସୀ ପତ୍ରକୁ ଭଲ ବିବେଚନା କରାଯାଉଥିବାବେଳେ ଏହାକୁ ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ । ଏହା ଆମର କ'ଣ କ୍ଷତି କରିଥାଏ ? ତେବେ ଏହାକୁ ବୈଜ୍ଞାନିକ ଏବଂ ଧାର୍ମିକ ଉଭୟ ଦିଗରୁ ବୁଝିବା ।

ତୁଳସୀ ପତ୍ରକୁ ପୂଜାରେ ବ୍ୟବହାର କରାଯାଇଥାଏ । ଏହାକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଥାଏ । ତୁଳସୀକୁ କାମୁଡିବା ଫଳରେ ଅପବିତ୍ର ହୋଇଯାଏ ବୋଲି ମାନାଯାଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ, ତୁଳସୀ ପତ୍ରକୁ ଛିଣ୍ଡାଇ ସିଧା ଗିଳିଦେବା ଉଚିତ୍ । ଦାନ୍ତରେ ଚୋବାଇବା ଉଚିତ୍ ନୁହେଁ । ଯାହା ଅପମାନ ସଦୃଶ ହୋଇଥାଏ । ଫଳରେ ନକରାତ୍ମକ ପ୍ରଭାବ ପକାଇପାରେ ବୋଲି କୁହାଯାଇଥାଏ ।

ଯଦି ବୈଜ୍ଞାନିକ କାରଣକୁ ଲକ୍ଷ୍ୟ କରାଯାଇ କୁହାଯାଏ ତେବେ ତୁଳସୀ ପତ୍ରରେ ପାରଦ ଭଳି ଉପାଦାନ ରହିଥାଏ । ଯାହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । ଦାନ୍ତର ଏନାମେଲକୁ ଖରାପ କରିଦେଇଥାଏ ତୁଳସୀରେ ଥିବା ପାରଦ । ଅଧିକ ସମୟ ଚୋବାଇବା ଦ୍ବାରା ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଦାନ୍ତ ସମସ୍ୟା ଦେଖାଦେଇଥାଏ । ଏହି ପତ୍ରରେ ହାଲୁକା ଅଂଶର କଷା ଅଂଶ ରହିଥାଏ । ଯାହା ଫଳରେ ମୁହଁ ଜଳିବା ଏବଂ କ୍ଷତ ହେବା ଭଳି ସମସ୍ୟା ଦେଖା ଦେଇଥାଏ ।

ଯଦି ଆପଣ ସେମିତି କୌଣସି ସମସ୍ୟାର ସମ୍ମୁଖାନ କରୁଛନ୍ତି ତେବେ ତୁଳସୀ ପତ୍ର ଚୋବାଇବା ଅପେକ୍ଷା ଚା' କିମ୍ବା କାଡା କରି ପିଅନ୍ତୁ । ଚର୍ମ ଜନିତ ସମସ୍ୟାକୁ ଦୂର କରିଥାଏ ତୁଳସୀ । କିନ୍ତୁ ପ୍ରତ୍ୟେକ ଜିନିଷ ଏକ ନିର୍ଦ୍ଦିଷ୍ଟ ଉପାୟ ରହିବା ଆବଶ୍ୟକ । ତେଣୁ ଆପଣ ଏହାକୁ କାଢା କିମ୍ବା ପାଣିରେ ଫୁଟାଇ ପିଇପାରିବେ । ଏହା ବ୍ୟତୀତ ଆପଣ ତୁଳସୀକୁ ମହୁ କିମ୍ବା ଅଦା ସହ ମିଶାଇ ସେବନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+