Health Tips: ସକାଳୁ ଠିକ୍ ସମୟର ଉଠୁ ନାହାନ୍ତି କି ? କେମିତି ଭଲ ନିଦରେ ଶୋଇବେ ?

ବ୍ୟସ୍ତବହୁଳ ଜୀବନ ଭିତରେ ବ୍ୟକ୍ତିଗତ ଦାୟିତ୍ୱ ଦବି ଯାଉଛି । ଅନେକ ଆମେ ଚାପଗ୍ରସ୍ତ ରହିଥାନ୍ତି । ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ଉତ୍ତମ ଖାଦ୍ୟପେୟ ଯେତିକି ଆବଶ୍ୟକ ପର୍ଯ୍ୟାପ୍ତ ନିଦ୍ରା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ଅଧିକାଂଶ ଲୋକମାନେ ରାତିରେ ଶୋଇବା ପୂର୍ବରୁ ବିଭିନ୍ନ ବୈଦ୍ୟୁତିକ ଉପକରଣ ଯେପରି ମୋବାଇଲ, ଟିଭି, ଲାପଟପ୍ ସାମ୍ନାରେ ସମୟ ବିତାଇଥାନ୍ତି । ଏହି ବୈଦ୍ୟୁତିକ ଉପକରଣରୁ ନିର୍ଗତ ହେଉଥିବା ନୀଳ ରଶ୍ମୀ ଆଖି ପାଇଁ କ୍ଷତିକାରକ ହୋଇଥାଏ । ଏହା ନିଦ୍ରାକୁ ପ୍ରଭାବିତ କରିଥାଏ । କିନ୍ତୁ ନିମ୍ନଲିଖିତ କିଛି ଅଭ୍ୟାସ ଦ୍ୱାରା ଆମେ ନିଦ୍ରାର ଗୁଣାତ୍ମକ ସମୟକୁ ବୃଦ୍ଧି କରିପାରିବ ।

୧. ପରିଷ୍କାର ଶଯ୍ୟା: ଯେଉଁ ଲୋକମାନେ ପ୍ରତିଦିନ ନିଜ ଶଯ୍ୟା ପରିଷ୍କାର ରଖନ୍ତି ସେମାନଙ୍କୁ ଉତ୍ତମ ନିଦ୍ରା ହୋଇଥାଏ । ଗଭୀର ନିଦ୍ରାର ସମ୍ଭାବନା ୧୯% ବୃଦ୍ଧି ହୋଇଥାଏ ଏବଂ ସେମାନେ ସୁସ୍ଥ ଜୀବନ ଜୀଇଁ ଥାନ୍ତି । ସେହିପରି ଆମେରିକାର ସେଣ୍ଟ ଲରେନ୍ସ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ପ୍ରକାଶ ଯେ ଅସନା କକ୍ଷରେ ଶୋଇବା ଦ୍ୱାରା ଏଙ୍ଗ୍‌ଜାଇଟି ବୃଦ୍ଧି ହୋଇଥାଏ ।

୨. ସଫା ଚାଦର: ନିୟମିତ ଭାବରେ ଶଯ୍ୟାର ଚାଦର ବଦଳାନ୍ତୁ । ଅତିକମରେ ସପ୍ତାହରେ ଥରେ ତକିଆ ଓ ଚାଦର ସଫା କରିବା ଆବଶ୍ୟକ । ଯଦି ଆପଣଙ୍କୁ ଆସ୍ଥମା, ଏକଜିମା କିମ୍ବା ପ୍ରଦୂଷଣରୁ ଆଲର୍ଜୀ ସମସ୍ୟା ଅଛି ତେବେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସଫାସୁତୁରା ପରିବେଶରେ ରହିଲେ ଭଲ ନିଦ ହୋଇଥାଏ ।

୩. ବୈଦ୍ୟୁତିକ ଉପକରଣକୁ 'ନୋ': ଯେତେଦୂର ସମ୍ଭବ ଶୋଇବା ପୂର୍ବରୁ ମୋବାଇଲ ଫୋନ୍‌, ଲାପଟପ୍‌, ଟିଭି ଭଳି ବୈଦ୍ୟୁତିକ ଉପକରଣର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ । ଏକ ଗବେଷଣାରୁ ପ୍ରକାଶ ଯେ ଏହି ବୈଦ୍ୟୁତିକ ଉପକରଣରୁ ନିର୍ଗତ ହେଉଥିବା ନୀଳ ରଶ୍ମୀ ନିଦ୍ରାକୁ ପ୍ରଭାବିତ କରିଥାଏ । ତେଣୁ ବିଶେଷ କରି ଶୋଇବାର ଦେଢ଼ ଘଣ୍ଟା ପୂର୍ବରୁ ବୈଦ୍ୟୁତିକ ଉପକରଣ ଠାରୁ ଦୂରେଇ ରୁହନ୍ତୁ ।

୪. ଦିନରେ କମ୍ ଶୁଅନ୍ତୁ: ଅଧିକାଂଶ ଲୋକଙ୍କ ଦିନରେ ଶୋଇବାର ଅଭ୍ୟାସ ଥାଏ । ଏହା ସେମାନଙ୍କ ରାତିର ନିଦକୁ ପ୍ରଭାବିତ କରିଥାଏ । ଅବଶ୍ୟକ ହେଲେ ଗୋଟିଏ ଘଣ୍ଟାରୁ ଅଧିକ ଶୋଇବା ଉଚିତ ନୁହେଁ ।

୫. ଫିଜିକାଲ ଆକ୍ଟିଭିଟି: ସୁସ୍ଥ ଶରୀର ପାଇଁ ଫିଜିକାଲ ଆକ୍ଟିଭିଟି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ । କିନ୍ତୁ ମନେ ରଖିବେ ଶୋଇବା ପୂର୍ବରୁ ଫିଜିକାଲ ଆକ୍ଟିଭିଟି କରିବା ଠାରୁ ଦୂରେଇ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+