କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ସ୍ୱାସ୍ଥ୍ୟସେବା ଆରମ୍ଭ

କନ୍ଧମାଳ:ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଅଧ୍ୟାୟ। ଆରମ୍ଭ ହେଲା ଡ୍ରୋନରେ ସ୍ୱାସ୍ଥ୍ୟସେବା। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଡାଣ ଭରିଛି ଅତ୍ୟାଧୁନିକ ଡ୍ରୋନ୍। ଉତ୍ତର ପୂର୍ବାଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଡ୍ରୋନ ନୂଆ ଆଭାସ ଆଣିଛି।

drone_health_odisha

ରାସ୍ତାଘାଟ ନଥିବା ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କ ନମୁନା ସଂଗ୍ରହ କରିବା ସହିତ ଖୁବ କମ୍ ସମୟ ମଧ୍ୟରେ ଜରୁରୀକାଳୀନ ଔଷଧ ଯୋଗାଇ ଦେବ ଏହି ଡ୍ରୋନ୍। ସମ୍ପୂର୍ଣ୍ଣ ଭାବେ ସ୍ଵୟଂ ଚାଳିତ ଏହି ଡ୍ରୋନ୍ ସମୂଦ୍ର ପତନଠାରୁ ଏକ ହଜାର ମିଟର ଉଚ୍ଚତାରେ ତଥା ଘଣ୍ଟାକୁ ପ୍ରାୟ ୧୦୦ କି.ମି ବେଗରେ ଉଡିବାର କ୍ଷମତା ରଖିଛି। ଆନ୍ତର୍ଜାତିକ ସଂସ୍ଥା ୟୁଏସଏଡର ସହଯୋଗରେ କନ୍ଧମାଳ ଜିଲ୍ଲାକୁ ଏହିଭଳି ୩ଟି ଡ୍ରୋନ ଯୋଗାଇ ଦେଇଛି ବେଙ୍ଗାଲୁରୁ ଷ୍ଟାର୍ଟଅପ କମ୍ପାନୀ ରେଡ ୱିଙ୍ଗ। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀରୁ ବାଲିଗୁଡାକୁ ଉଡିଛି ଏହି ଅତ୍ୟାଧୁନିକ ଡ୍ରୋନ।

ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ହେବ ବୋଲି ଏହି ଅବସରରେ କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଜିଲ୍ଲାପାଳ ଆଶୀଷ ଈଶ୍ବର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ସିଡିଏମଓ ଡ. ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ରେଡ ୱିଙ୍ଗ ଓ ୟୁଏସଏଡର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+