କୁଷ୍ଟ ରୋଗ ମୁକାବିଲା ପାଇଁ ହେବ ଟୀକାକରଣ: ସ୍ବାସ୍ଥ୍ୟ ମନ୍ତ୍ରୀ
କୁଷ୍ଠରୋଗ ପାଇଁ ଆଧୁନିକ ତଥା ନିର୍ଭରଯୋଗ୍ୟ ଚିକିତ୍ସା ବ୍ୟବସ୍ଥା ଥିଲେ ହେଁ, ସଂକ୍ରମିତ ବ୍ୟକ୍ତି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସାମାଜିକ ବାସନ୍ଦ ଭୟରେ ଚିକିତ୍ସା ଠାରୁ ଦୂରେଇ ରହୁଥିବା ଯୋଗୁଁ ଧୀରେଧୀରେ ସଂକ୍ରମଣ ବଢ଼ି ଆକ୍ରାନ୍ତ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟି ଯାଇଥାନ୍ତି। ଏହି ରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି। କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମାଗଣା ଟୀକା ଦିଆଯିବାର ଯୋଜନା ମଧ୍ୟ ଆମ ସରକାର କରୁଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ 'ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ'ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍ ଏହା କହିଛନ୍ତି।ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ହେବ। ଓଡିଶା ପାଇଁ ମଧ୍ୟ ପ୍ଲାନ୍ ପ୍ରସ୍ତୁତ ହୋଇଛି। ସରକାରଙ୍କ ପକ୍ଷରୁ ନୂତନ କରି ଟୀକାକରଣ ଆରମ୍ଭ ହେବ। ସେବା କରୁଥିବା ଲୋକଙ୍କ ସମେତ କୁଷ୍ଠ ରୋଗୀଙ୍କ ପରିବାରବର୍ଗଙ୍କୁ ଏହି ଟିକା ମିଳିବ।












Click it and Unblock the Notifications