• search
For Quick Alerts
Turn On Notification  
For Daily Alerts

ଦିନ କର୍ଫ୍ୟୁ ଦ୍ୱନ୍ଦ୍ୱ: ବାଚସ୍ପତିଙ୍କ କଥାକୁ ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ; କହିଲେ, ଓଡିଶାରେ ଲାଗିପାରେ ଡେ’ କର୍ଫ୍ୟୁ

|

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇପାରେ ଡେ କର୍ଫ୍ୟୁ (ଦିନ କର୍ଫ୍ୟୁ) । ଆବଶ୍ୟକ ପଡିଲେ କର୍ଫ୍ୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ତେବେ ଆମେ କହିରଖୁ ଗତକାଲି ହଠାତ ଦିନକର୍ଫ୍ୟୁର ସଙ୍କେତ ଦେଇଥିଲେ ବାଚସ୍ପତି । ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପରେ ଦିନ କର୍ଫ୍ୟୁ ଲାଗିପାରେ ବୋଲି ପ୍ରତିକ୍ରିୟା ଦେଇଥିଲେ ବାଚସ୍ପତି । ଆଉ ଏହା ପରେ ରାଜ୍ୟବାସୀଙ୍କ ମନରେ ପସିଥିଲା ଛାନିଆ ।

Day curfew

ମାତ୍ର ଗତକାଲି ସନ୍ଧ୍ୟାରେ ବାଚସ୍ପତିଙ୍କ ପ୍ରତିକ୍ରିୟା ପରେ ସ୍ପଷ୍ଟୀକରଣ ଦେଇଥିଲେ ଏସଆରସି । ସେ କହିଥିଲେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିନ କର୍ଫ୍ୟୁ ଲାଗିବ ନାହିଁ । କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏଥିସହ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କହିଥିଲେ ଏସଆରସି ।

ତେବେ ପୁଣି ଆଜି ବାଚସ୍ପତିଙ୍କ କଥାକୁ ଦୋହାରାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ସେ କହିଛନ୍ତି, ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।

ଫଳରେ ଦିନ କର୍ଫ୍ୟୁକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହେବାରେ ଲାଗିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Health Minister said Day Curfew may be imposed in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X