Get Updates
Get notified of breaking news, exclusive insights, and must-see stories!

ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ

କଟକ:ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା । ଚିକିତ୍ସାରତ ଆହତଙ୍କୁ ଏସସିବିରେ ଯାଇ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ଏପରି ଭୟଙ୍କର ଦୁର୍ଘଟଣା ସମୟରେ ଏସସିବି ମେଡିକାଲର ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ଓ ଉଚ୍ଚ କୋଟିର ଚିକିତ୍ସା ଯୋଗାଇ ଦିଆଯାଉଛି । ସେହିପର ଯେଉଁ ମାନେ ସୁସ୍ଥ ହେଉଛନ୍ତି ସେମାନଙ୍କୁ ତୁରନ୍ତ ଡିସଚାର୍ଜ କରି ନିଜ ଘରକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗୁରୁତର ଆହତଥିବା ଲୋକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।

Niranjan Pujari

ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଜାରି ରହିଛି । ସାଧାରଣକ ଲୋକ ଚାହିଁଲେ ଆସି ରକ୍ତଦାନ କରିପାରିବେ । ବର୍ତ୍ତମାନର ସ୍ଥିତି ଅନୁସାରେ ରକ୍ତର କୌଣସି ଅଭାବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+