ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା;କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ
ନୂଆ ସ୍ବାସ୍ଥ୍ୟ କାର୍ଡ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା । ପ୍ରେସକ୍ରିପସନରୁ ମୁକ୍ତି ପାଇଁ ନୂଆ କାର୍ଡ ପ୍ରଚଳନ କରାଯିବ। କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ।
ନ୍ୟାସନାଲ ଡିଜିଟାଲ ହେଲଥ ମିଶନକୁ ଓଡ଼ିଶା ସରକାର ଲାଗୁ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ନୂଆ ସ୍ବାସ୍ଥ୍ୟ କାର୍ଡ ନ୍ୟାସନାଲ ହେଲଥ ଅଥରିଟି ଅଧୀନରେ ରହିବ ।
ତେବେ କେଉଁ ତାରିଖ ମଧ୍ୟରେ ଏହି ନୂଆ କାର୍ଡ ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିବା ବେଳେ ଫେବ୍ରୁଆରି ପୂର୍ବରୁ କାର୍ଡ ବଣ୍ଟନ କରାଯିବାକୁ ନେଇ ଯୋଜନା କରାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଲୋକେ ଅନ୍ଲାଇନରେ ଏହି କାର୍ଡ ପାଇଁ ଆବେଦନ କରିପାରିବେ । ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ ।
କ୍ୟୁଆର କୋର୍ଡ ସ୍କାନ କରିବା ଦ୍ବାରା ଧାରକଙ୍କର ପୂର୍ବ ରୋଗ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ। ଫଳରେ ଡାକ୍ତରଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟ ବିଷୟରେ ସହଜରେ ତଥ୍ୟ ମିଳିପାରିବ। ଏହା ଦ୍ବାରା ସ୍ବାସ୍ଥ୍ୟସେବା ସହଜ ହେବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications