ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଦିଲ୍ଲୀ ଏମ୍ସ ଯାଇପାରନ୍ତି ଅଭିଜିତ
ଓଡ଼ିଆ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହୋଇପାରନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ଏମ୍ସ ଭୁବନେଶ୍ବରରେ ଚିକିତ୍ସାଧୀନ ଅଭିଜିତ ମଜୁମଦାରଙ୍କୁ ଭେଟିଲା ପରେ ଏହି ଅପ୍ଡେଟ୍ ଆସୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ଯେ, ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ। ସେପ୍ଟେମ୍ବର 4 ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଓଲିଉଡ୍ ସିଙ୍ଗର ଅଭିଜିତ୍ ମଜୁମଦାର। ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍ସ ସ୍ଥାନାନ୍ତର କରାଯାଇଥିଲା ।
ଏହା ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ୍। ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।

ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ କଟକର ଏକ ପ୍ରାଇଭେଟ ହସ୍ପିଟାଲରେ ଅଭିଜିତଙ୍କୁ ନିଆଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା ପରେ ସ୍ୱାସ୍ତ୍ୟାବସ୍ଥାରେ ସୁଧାର ଆସି ନ ଥିଲା। ଯେଉଁ କାରଣରୁ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।












Click it and Unblock the Notifications