ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିଲା:ଏଏସଆଇଙ୍କ ପତ୍ନୀ

ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିଲା:ଏଏସଆଇଙ୍କ ପତ୍ନୀ

Naba Das

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଖବର ରାଜ୍ୟରେ ଚହଳ ସୃଷ୍ଟି କରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଜି ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ନବ ଦାସ । ଗାଡିରୁ ଓହ୍ଲାଇବା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସମସ୍ତଙ୍କ ମନରେ କେବେଳ ଗୋଟିଏ ପ୍ରଶ୍ନ ଜଣେ ପୋଲିସ ଏଏସଆଇ ବା ଏପରି କାର୍ଯ୍ୟ କ'ଣ ପାଇଁ କରିଛନ୍ତି । ତେବେ ଏହି ପ୍ରଶ୍ରର ଉତ୍ତର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ହେଲେ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀଙ୍କର କହିବା ଅନୁସାରେ,୮ ବର୍ଷ ହେବ ମୋ ସ୍ୱାମୀଙ୍କ ମାନସିକ ଅବସ୍ଥା ଖରାପ ଥିଲା । ସେ ମେଡିସିନ୍ ଖାଉଥିଲେ । ପୂର୍ବରୁ କୁଲାବୀରା ଥାନାରେ ଥିବା ସମୟରେ ସେ ହଠାତ୍ ଥାନା ଛାଡି କେଉଁ ଆଡେ ପଳାଇଯାଇଥିଲେ ।
ପରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେ ଔଷଧ ଖାଉଥିଲେ ବୋଲି କହିଛନ୍ତି ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ସ୍ୱାମୀଙ୍କର ଅର୍ଥାତ୍ ଗୋପାଳ ଦାସଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କୌଣସି ଶତ୍ରୁତା ନଥିଲା । ସେ କେବେ ତାଙ୍କ ବିଷୟରେ ଆଲୋଚନା ମଧ୍ୟ କରି ନାହାଁନ୍ତି । ଗତ ୧୩ ବର୍ଷ ହେବ ସେ ଝାରସୁଗୁଡାରେ ରହିଛନ୍ତି ।ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ବେଶ୍ ଭଲ ହେଲେ ସେ ଏପରି କ'ଣ ପାଇଁ କଲେ ତାହା ଆମେ ବୁଝିପାରୁ ନାହୁଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମନ୍ତ୍ରୀଙ୍କ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+