କୋରାପୁଟ ମେଡିକାଲ୍ରେ ସ୍ବାସ୍ଥ୍ୟ ମନ୍ତ୍ରୀ, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ
କୋରାପୁଟ ମେଡିକାଲ୍ରେ ଏକସଙ୍ଗେ ୬ ରୋଗୀଙ୍କ ମୃତ୍ୟୁ ଘଟଣା । ମେଡିକାଲ୍ ଯାଇ ସମୀକ୍ଷା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ତଦନ୍ତ ଚାଲିଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ'। ଘଟଣା ଅତି ସମ୍ବେଦନଶୀଳ, ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା' । 'ICU ୱାର୍ଡ ଓ ବିଭିନ୍ନ ୱାର୍ଡରେ ଅଧିକାରୀ ଯାଞ୍ଚ କରିଛନ୍ତି' । ଯାହା କିଛି ଅବ୍ୟବସ୍ଥା ରହିଛି ଦୂର କରାଯିବ'। ଭୁଲ୍ ଇଞ୍ଜେକ୍ସନରୁ ୬ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ରହିଛି ।

ସେହିପରି ଏସସିବିର ଆଉ ଦୁଇ ଜଣ ମେଡିକାଲ ଯାଇ ତଦନ୍ତ କରିବେ । ଆଜି ଆସିବ ଡିଏମଇଟିଙ୍କ ଯାଞ୍ଚ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ । ୫ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି ଡିଏମଇଟି । ଭୁଲ ଇଞ୍ଜେକସନରୁ ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।












Click it and Unblock the Notifications