ନବଯୌବନ ଦର୍ଶନଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ୱାସ୍ଥ୍ୟସେବା ପାଇଁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ମହାପ୍ରଭୁ ଜଗନ୍ନାଥଙ୍କର ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ୱାସ୍ଥ୍ୟସେବା ନିଶ୍ଚିତ କରାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ବିଭାଗୀୟ ଶାସନ ସଚିଦ ଅଶ୍ବତୀ ଏସ.ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସଭାଗୃହ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରାକ୍-ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ବତୀ ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟତଃ ପୁରୀ ଜିଲ୍ଲାସ୍ଥିତ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବାର ଦୃଢ଼ୀକରଣ, ଆବଶ୍ୟକୀୟ ସଂଖ୍ୟକ ଫାଷ୍ଟ-ଏଡ୍ କେନ୍ଦ୍ର ସ୍ଥାପନ, ଗୁରୁତ୍ବପୂର୍ଣ ସ୍ଥାନମାନଙ୍କରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ପୁରୀରେ ଅଧିକ ବିଶେଷଜ୍ଞ, ଡାକ୍ତର, ନସିଂ ଅଫିସର ଓ ପରାମେଡିକ୍ସ ନିୟୋଜନ, ଖାଦ୍ୟ ନିରାପତ୍ତା, କୌଣସି ପ୍ରକାର ସମ୍ଭାବ୍ୟ ସଂକ୍ରାମକ ରୋଗର ମୁକାବିଲା ଓ ନିୟନ୍ତ୍ରଣ, ଜନସ୍ୱାସ୍ଥ୍ୟ ଓ ସାଧାରଣ ସଚେତନତା କାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପଭିମାନ ନିଆଯାଇଥିଲା ।

ନବଯୌବନ ଦର୍ଶନ (୨୬ ଜୁନ୍) ରୁ ନୀଳାଦ୍ରୀ ବିଜେ(୮ ଜୁଲାଇ) ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେ.ଡି.ଏମ୍.ଏମ୍ ପୌରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ପୋଲିସ ହସ୍ପିଟାଲ, ସାକ୍ଷୀଗୋପାଳ, ମଙ୍ଗଳପୁର, ପିପିଲି ଷ୍ଟେସନ ରୋଡ, ରେବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଟି.ବି.ଆଇ.ଡି.ଏଚ୍ ହସ୍ପିଟାଲ, ଜଗନ୍ନାଥ ମେଡିକାଲ କଲେଜରେ ଅଧିକ ସଂଖ୍ୟକ ବେଡ୍‌, ଚିକିତ୍ସା ସୁବିଧା ଏବଂ ଔଷଧ ଆଦିର ବ୍ୟବସ୍ଥା କରିବା ପାଇଁ ସ୍ଥିର ହୋଇଥିଲା ।

ଚଳିତ ବର୍ଷ ଅଧିକ ସଂଖ୍ୟକ ଫାଷ୍ଟ-ଏଡ୍ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଥିଲା । ଏହି କେନ୍ଦ୍ର ଗୁଡ଼ିକ ୩ ଟି ସିଫ୍ଟରେ ୨୪ ଘଣ୍ଟା ଲିଭିରେ କାର୍ଯ୍ୟ କରିବେ । ପ୍ରତି ସିଫ୍ଟରେ ଜଣେ ଭାରର, ଜଣେ ଫାର୍ମାସିଷ୍ଟ, ଜଣେ ବହୁମୁଖ ସ୍ୱାସ୍ଥ୍ୟ ସେବକ ଓ ଜଣେ ସହାୟକ ନିୟୋଜିତ ରହିବେ । ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୧୨ଟି, ସମୁଦ୍ରକୂଳରେ ୩ଟି, ତାଳ ବଣିଆ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ୩ଟି, ପୁରୀ-ଭୁବନେଶ୍ଵର ରାସ୍ତାରେ ୯ଟି, ପୁରୀ-କୋଣାର୍କ ରାସ୍ତାରେ ୪ଟି, ପୁରୀ-ସାତପଡ଼ା ରାସ୍ତାରେ ୨ଟି ଏହିପରି ୩୩ଟି ଫାଷ୍ଟ-ଏଡ୍ ସେବାକେନ୍ଦ୍ର ଖୋଲିବା ପାଇଁ ପ୍ରାଥମିକ ସ୍ତରରେ ନିଷ୍ପରି ହୋଇଛି ।

health department

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମୁଦ୍ରକୂଳ, ସହର ଭିତର, ପୁରୀ-ଭୁବନେଶ୍ଵର ରାସ୍ତା, ପୁରୀ-କୋଣାର୍କ ରାସ୍ତା ଓ ପୁରୀ-ସାତପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ଅଧ‌ିକ ୩୧ଟି ଆମ୍ବୁଲାନ୍ସ ନିୟୋଜନ କରାଯିବ । ଅତିରିକ୍ତ ୭ଟି ୧୦୮ ଆମ୍ବୁଲାନ୍ସ ୨୦୩-ଜାତୀୟ ରାଜପଥର ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ ହେବ ।

ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ନିଶ୍ଚିତ କରିବା ପାଇଁ ୩୦୦ରୁ ଅଧିକ ବିଶେଷଜ୍ଞ, ଡାକ୍ତର, ସଂକ୍ରାମକ ରୋଗ ବିଶେଷଜ୍ଞ, ଫାର୍ମାସିଷ୍ଟ, ନସିଂ ଅଫିସର, ବନ୍ଧୁମୁଖ ସ୍ୱାସ୍ଥ୍ୟକର୍ମୀ, ଖାଦ୍ୟ ନିରାପତ୍ତା ଅଫିସର, ଡ୍ରେସର ଏବଂ ସହାୟକମାନଙ୍କୁ ନିୟୋଜିତ କରାଯିବ । ଖାଦ୍ୟ ନିରାପତ୍ତା ଏବଂ ସମ୍ଭାବ୍ୟ ସଂକ୍ରମଣ ନିରାକରଣ ନିମନ୍ତେ ଲଗାତର ତନଖ୍, ଜଳଉତ୍ସ ବିଶୁଦ୍ଧିକରଣ, ଜଳର ଗୁଣାତ୍ମକ ମାନ ଯାଞ୍ଚ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆଦି ଚାଲୁରହିବ ।

ପର୍ଯ୍ୟାପ୍ତ ପରିମାଣର ଔଷଧ, ବ୍ଲଡ଼ ବ୍ୟାଙ୍କମାନଙ୍କରେ ଅଧିକ ବ୍ଲଡ ୟୁନିଟ ମହକୁଦ, ତୁରନ୍ତ ସେବା ପ୍ରଦାନକାରୀ ଦଳ ଗଠନ ଓ ଅଧିକ ବେଡ୍‌ ସ୍ଥାପନ ଆଦି କାର୍ଯ୍ୟ ନିଶ୍ଚିତ କରାଇବା ନିମନ୍ତେ ଶାସନ ସଟିବ ଅଶ୍ବତୀ ଏସ୍. ନିର୍ଦ୍ଦେଶ ଦେଇଥିଲେ । ଏସବୁ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ରାଜ୍ୟ ଔଷଧ ନିରମ ପରିଚାଳନା ନିର୍ଦ୍ଦେଶକ ଡାନ୍ତର ପୋମା ଟୁଡୁ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜଗନ୍ନାଥ ମେଜିକାଲ କଲେଜର ଅଧକ୍ଷକ କୌଶିକ ମିଶ୍ର ଆଲୋଚନା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଓ ତଥ୍ୟ ଉପସ୍ଥାପନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+