ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
କୋଭିଡ ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା ପ୍ରାୟ 15ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ ।
ଭୁବନେଶ୍ୱର: କୋଭିଡ ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା ପ୍ରାୟ 15ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ । ମହାରାଷ୍ଟ୍ର,କେରଳ, ତାମିଲନାଡୁ, ଦିଲ୍ଲୀ ରେ ଚତୁର୍ଥ ଲହର ଅତିକ୍ରମ କଲାଣି, ପ୍ରାୟ ତ ଆମେ ସେହି ଷ୍ଟେଜ ଅର୍ଥାତ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଅଛେ । ଯେଉଁସ୍ଥିତି 20ହଜାର ଉପରକୁ ଟେଷ୍ଟ ହେଉଥିବା ବେଳେ ମାତ୍ର 700ରୁ 800 କେସ ଆସୁଛି ।

ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ଅଛି, ଡାକ୍ତରଖାନା ଭର୍ତ୍ତି ହେବା କମ ଅଛି । ରୋଗୀ ସଂଖ୍ୟା ବି ଡାକ୍ତରଖାନାରେ କମ ଅଛି । ଭ୍ୟାକସିନେସନ ଫଳରେ ଲୋକଙ୍କ ଦେହରେ ଲକ୍ଷଣ କମ କରୁଛି ତେଣୁ ଏହା ଏକ ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ।
ସେହିପରି କାଶୀପୁର ସ୍ଥିତିକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପ୍ରତିକ୍ରିୟା ରଖିଛନ୍ତି ଯେ, କାଶୀପୁରରେ ଝାଡା ବାନ୍ତି ସଂଖ୍ୟା କମିଆସିଲାଣି । ଡେଲି ରିପୋର୍ଟ ଯାହା ଜିଲ୍ଲା ମାନଙ୍କରୁ ଆସୁଥିଲା ଏବେ ତାହା କମିଆସିଲାଣି । ଯେହେତୁ ବର୍ଷା କମିଛି ତେଣୁ ବିଭିନ୍ନ ଜିଲ୍ଲା ନୂଆ କେସ ଡିଟେକ୍ସନ ଜିରୋ କୁ ଆସିଗଲାଣି, କିନ୍ତୁ କାଶୀପୁରରେ ଗୋଟେ ଦୁଇଟି କେସ ଆସୁଛି ।












Click it and Unblock the Notifications