କାଶୀପୁର ଝାଡାବାନ୍ତି ନେଇ ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ...
ରାଜ୍ୟର କିଛି ଜିଲ୍ଲାରେ ବଢୁଥିବା ଝାଡାବାନ୍ତି ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ ।
ଭୁବନେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ବଢୁଥିବା ଝାଡାବାନ୍ତି ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ବର୍ଷା ଦିନ ହେଲେ ଝାଡ଼ାବାନ୍ତି ରୋଗ ବଢେ । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡ଼ିକରେ ବିପଦ ଅଧିକ ଥାଏ । କାଶୀପୁର, କୋରାପୁଟ ଓ ନବରଙ୍ଗପୁର ଆଦି ଅଞ୍ଚଳରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ସେ ସବୁ ପଡୋଶୀ ଜିଲ୍ଲା । ତେଣୁ ଲୋକଙ୍କ ମଧ୍ୟରେ ଯିବା ଆସିବା ଲାଗି ରୁହେ ।

ସେ ଆହୁରି କହିଛନ୍ତି, ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କାଶୀପୁରରେ ସଂଖ୍ୟା କମି ଆସିଲାଣି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା 7 - 8କୁ ଆସିଗଲାଣି । ଯେଉଁଠି ଅଧିକ ହେଉଥିଲା ସେ ସବୁ ଅଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ବିଭିନ୍ନ ଅଞ୍ଚଳରୁ ଗୋଟିଏ ଗୋଟିଏ କେସ ଚିହ୍ନଟ ହେଉଛି । ତେଣୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ।
ଯେହେତୁ ଦୂଷିତ ଜଳରୁ ଝାଡ଼ାବାନ୍ତି ବ୍ୟାପୁଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ମାନଙ୍କରରେ ପାଣି ଗରମ କରି ଦିଆଯାଉଛି । ପାଣିରେ ପକାଇ ପିଇବା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ହାଲୋଜେନ ବଟିକା ଯୋଗାଇ ଦିଆଯାଇଛି । ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଛି । ଏହାସହ ସଚେତନତା ବୃଦ୍ଧି କରିବା ପାଇଁ କାଶୀପୁର ଅଞ୍ଚଳରେ ୪ଟି ଗାଡି ବୁଲି ମାଇକ ମାଧ୍ୟମରେ ସଚେତନତା କରାଯାଉଛି । ଲୋକଙ୍କୁ ଲିଫଲେଟ ବଣ୍ଟାଯାଉଛି । ଆଶା ଓ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଉଲ୍ଲେଖଥାଉ କି, ରାୟଗଡ଼ା କାଶୀପୁର ବ୍ଲକରେ ହଇଜା କାରଣରୁ ୨୪ ଦିନରେ ୧୩ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ କାଳ ସାଜିଛନ୍ତି କ୍ୱାକ୍ । ଅନେକ ଗାଁ ମାନଙ୍କରେ କ୍ୱାକ୍ମାନଙ୍କ ଦ୍ୱାରା ଚିକିତ୍ସା ଚାଲିଛି ।












Click it and Unblock the Notifications