'ଆଗକୁ ରାଜ୍ୟର ପଜିଟିଭିଟି କେସ କମିବ, ସର୍ଭିଲାନ୍ସ ଓ ଟ୍ରେସିଂ ଉପରେ ଗୁରୁତ୍ୱ'
ସର୍ଭିଲାନ୍ସ ଓ କଣ୍ଟାଟ ଟ୍ରେସିଂ ପରି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗକୁ ରାଜ୍ୟର ପଜିଟିଭିଟି କେସ କମିବ ବୋଲି ଆଶା କରଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ୱର: ସଂକ୍ରମଣ କମିବା ପାଇଁ ମୁଖ୍ୟତଃ ୩ଟି ପିଲାର ନିର୍ଦ୍ଧାରଣ କରାଯାଇଛି । ସର୍ଭିଲାନ୍ସ ଓ କଣ୍ଟାଟ ଟ୍ରେସିଂ ପରି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗକୁ ରାଜ୍ୟର ପଜିଟିଭିଟି କେସ କମିବ ବୋଲି ଆଶା କରଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ଖୁବ୍ଶୀଘ୍ର ଗର୍ଭବତୀଙ୍କ ଟିକାକରଣ ଆରମ୍ଭ କରାଯିବ । ରାଜ୍ୟରେ ବର୍ତ୍ତମାନ ୫ଶହ ରୋଗୀ ଭେଂଟିଲେଟର ଓ ଆଇସିୟୁରେ ୨ହଜାର ଆକ୍ରାନ୍ତ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଲକଡାଉନ ଆଂଶିକ କୋହଳ ହୋଇଛି । 'ବି' ବର୍ଗରେ ଖିବା ଜିଲ୍ଲା ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଛି । ୧୦ ଜିଲ୍ଲାରେ କୋଭିଡ୍ ବ୍ୟାପୁଛି । ଏହାର କାରଣ ହେଲା ଭାଇରସକୁ ଯେଉଁ ପରିବେଶ ଦରକାର ତାହା ଏଠି ମିଳୁଛି । ତଥାପି ଆମ ପାଇଁ ଭଲ ଖବର ହେଉଛି ପୂର୍ବରୁ 'ବି' ବର୍ଗରେ ଥିବା ଜିଲ୍ଲା ମଧ୍ୟ 'ଏ'କୁ ଯାଇଛନ୍ତି । ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ ଗାଇଡଲାଇନ୍ ମାନିଲେ ସଂକ୍ରମଣ ନିଶ୍ଚିତ କମିବ ।
ଅନ୍ୟପଟେ ରାଜ୍ୟରେ ଟିକାର ଅଭାବ ଥିବାରୁ ଲକ୍ଷ୍ୟ ଅନୁଯାୟୀ ଟୀକା କରଣ ହୋଇପାରୁନାହିଁ । ୧୯ ହଜାର କୋଭିସିଲ୍ଡ ଟୀକା ଓ ୩ଲକ୍ଷ ଉପରେ କୋଭାସ୍କିନ ଟୀକା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ତେଣୁ ଆଜି ମାତ୍ର ୧୧୪ ଟି ସ୍ଥାନରେ ଟିକାକରଣ ହୋଇଛି । ଏହା ଭିତରୁ ୭୨ଟି ସେସନ କେବଳ ଭୁବନେଶ୍ୱରରେ ହେଉଛି । ବିଭିନ୍ନ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ ।












Click it and Unblock the Notifications