ହକି ବିଶ୍ୱକପ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ: ମନ୍ତ୍ରୀ
ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏହା କହିଛନ୍ତି । ପୁରୁଷ ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ଆଜି ଏକ ସମୀକ୍ଷା ବୈଠକରେ ସ୍ବାସ୍
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏହା କହିଛନ୍ତି । ପୁରୁଷ ହକି ବିଶ୍ୱକପ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ଆଜି ଏକ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨ଟି ଯାକ ଷ୍ଟାଡିୟମରେ ଫାଷ୍ଟ ଏଡ ସେଣ୍ଟର କରାଯିବା ସହ ଜରୁରୀକାଳିନ ଆମ୍ବୁଲାନର୍ସ ବ୍ୟହସ୍ଥା ମଧ୍ୟ ରହିଛି । ଏଥିସହିତ ଷ୍ଟାଡିୟମ ନିକଟରେ ମୋବାଇଲ ୟୁନିଟ ରହିବ ବୋଲି ସେ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ହକି ଖେଳା ଯିବାକୁ ଥିବା ୨ ଟି ସହରର ସମସ୍ତ ମେଡିକାଲକୁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଡିକରେ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଇଛି।
ସବୁ ପିଏଚସି ଏବଂ ସିଏଚସିରେ କୋଭିଡ ଟେଷ୍ଟିଂ ବ୍ୟବସ୍ଥା, ଝାରସୁଗୁଡା ବିମାନ ବନ୍ଦରରେ ମେଡିକାଲ ୟୁନିଟ୍ ବ୍ୟବସ୍ଥା ଏବଂ ପିଏଚସି ଓ ସିଏଚସିରେ ଔଷଧ ମହଜୁତ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications