Get Updates
Get notified of breaking news, exclusive insights, and must-see stories!

ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ; BSKY ଚାଲୁ ରହିଛି କହିଲା ସ୍ବାସ୍ଥ୍ୟ ବିଭାଗ

Health Department clarification: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି । BSKY ଚାଲୁ ରହିଛି କହିଲା ସ୍ବାସ୍ଥ୍ୟ ବିଭାଗ। ଘରୋଇ ହସ୍ପିଟାଲ ସହ MOU ବଳବତ୍ତର ଥିବା ସ୍ପଷ୍ଟ କଲା BSKY।

Health Department clarification

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ଏହାପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ତେବେ BSKY ଜାରି ରହିଛି । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କହିଛନ୍ତି ମନମୋହନ ସାମଲ ।

ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ(BSKY)କୁ ଆଉ ଗ୍ରହଣ କରାଯାଉ ନାହିଁ । ନୂଆ ସରକାର ଆସିଥିଲେ BSKY କାମ କରିବନି କହି କେଉଁଠି ରୋଗୀଙ୍କୁ ଫେରାଇ ଦିଆଯାଉଛି ତ ଆଉ କେଉଁଠି ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ କୁହାଯାଉଛି । ରାଜ୍ୟର କିଛି ଘରୋଇ ମେଡ଼ିକାଲ୍‌ ଏବଂ କ୍ଲିନିକ ପକ୍ଷରୁ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି BSKY ନାଁରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି, ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଥିବା BSKY ଟଙ୍କାକୁ ନେଇ ଆଶା ଆଶଙ୍କାରେ ଘରୋଇ ନର୍ସିଂ ହୋମ୍ ମାଲିକ ।

ଅପରପକ୍ଷେ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ସାମାଜିକ ଅପରାଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିବା ସହ ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ଏହାପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ଯେ, ବିଏସକେୱାଇ ଯୋଜନା ରାଜ୍ୟରେ ବନ୍ଦ ହୋଇଯିବ । ଯାହା ରାଜ୍ୟର ଅନେକ ହିତାଧିକାରୀଙ୍କ ଚିନ୍ତା ବଢାଇଦେଇଛି । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କହିଛନ୍ତି ମନମୋହନ ସାମଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+