ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର: ସ୍ବାସ୍ଥ୍ୟମନ୍ତ୍ରୀ

ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ । ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏବେ ରାଜ୍ୟରେ ଏବେ ପ୍ରାୟ ୧୧ଶହ ଥିବା ବେଳେ ଆଗାମୀ ପାଂଚ ବର୍ଷରେ ଏହାକୁ ଦ୍ୱିଗୁଣିତ କରାଯିବ । ଏହାଛଡା ଆଗାମୀ ଦିନରେ ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ ଶ୍ରୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏକାବେଳକେ ସାଢେ ତିନିକୋଟି ଲୋକଙ୍କୁ ଏଥିରେ ପ୍ରାୟ ଦେଶର ୨୭ ହଜାର ଡାକ୍ତରଖାନାରେ ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇଦିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ଡ଼ଃ ମହାଲିଙ୍ଗ କହିଥିଲେ ।

Minister of Health

ରାଜ୍ୟରେ ମଜବୁତ ସ୍ୱାସ୍ଥ୍ୟ ସଂରଚନା ଓ ଚିକିତ୍ସା କ୍ଷେତ୍ରରେ ମାନବ ସମ୍ପଦକୁ ଅଧିକ ଦକ୍ଷ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆଧୁନିକ ଯନ୍ତ୍ରପାତି ଚଳାଇବା ପାଇଁ ଆବଶ୍ୟକ ପ୍ରଶିକ୍ଷିତ କର୍ମଚାରୀ ଓ ପର୍ଯ୍ୟାପ୍ତ ଚିକିତ୍ସକମାନଙ୍କର ଯେଉଁ ଅଭାବ ରହିଛି ତାହା ଯେତେ ଶୀଘ୍ର ସମ୍ଭବ ପୂରଣ ହେବା ଆବଶ୍ୟକ । ସୁନିର୍ଦ୍ଦିଷ୍ଟ ଏବଂ ପ୍ରଶିକ୍ଷିତ ମାନବ ସମ୍ପଦ ବିନା ଆମେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଦେବାରେ ସକ୍ଷମ ହେବୁନାହିଁ । ଗ୍ରାମାଚଂଳର ଅନେକ ହସ୍ପିଟାଲ ଆଜିବି ଏହି ଯନ୍ତ୍ରଗୁଡ଼ିକ କାମ କରିବା ପାଇଁ ଜରୁରୀ ମାନବ ସମ୍ବଳର ଅଭାବ ରହିଛି ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+