Get Updates
Get notified of breaking news, exclusive insights, and must-see stories!

ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ’, କାହାକୁ ଏମିତି କହିଲେ ବଦ୍ରି

ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ 'ପାଣ୍ଡିଆନ ଆଣ୍ଡ୍‌ କୋ'କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି ବିଜେଡି ହାରିଲା ତାହା କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ଟାର୍ଗେଟ କରିଥିବା ବେଳେ ଆଜି ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ।

Badri

ତେବେ ବିଜେଡି ହାରିବାର କାରଣ ନବୀନ ପ୍ରଚାରକୁ ଗଲେ ନାହିଁ । ଏହି କାରଣ ପାଇଁ ଆମ ଦଳ ହାରିଲା । ଲୋକେ ନବୀନଙ୍କୁ ଖୋଜିଲେ, ତାଙ୍କୁ ପାଇଲେ ନାହିଁ । ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ । ଏଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବଦ୍ରି ପାତ୍ର ।

ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ । ନବୀନ ନାହାନ୍ତି ତ ଭୋଟ ନାହିଁ ବୋଲି ଲୋକେ ଦଳକୁ ଜଣାଇଦେଲେ । ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ଦାୟୀ । ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ ବୋଲି କହି ବଦ୍ରି ପାତ୍ର ଟାର୍ଗେଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+