୨୦୦୬ ଓଏଏସ୍ ନିଯୁକ୍ତି ମାମଲା: ୩୭୮ ଓଏଏସ୍ ଅଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି
କଟକ: ଓଏଏସ୍ ନିଯୁକ୍ତି ବିବାଦ ମାମଲାରେ ରାଜ୍ୟରେ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଓଏଏସ୍ ଅଧିକାରୀ। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ। ୨୦୦୬ ମସିହାରେ ୩୭୮ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିବା କିଛି ପ୍ରାର୍ଥୀ। ଏହି ପ୍ରାର୍ଥୀମାନଙ୍କ ଆବେଦନ ଉପରେ ବିଚାର କରି ସ୍ୟାଟ୍ ସମସ୍ତ ୩୭୮ଜଣ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ। ସ୍ୟାଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ହାଇକୋର୍ଟ ପ୍ରଥମେ ସ୍ୟାଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଥିଲେ। ଆଜି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏହି ୩୭୮ଜଣ ଓଏଏସଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି। ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି କୋର୍ଟ ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ।












Click it and Unblock the Notifications