ଡରାଉଛି କୁହୁଡି, ଆସନ୍ତାକାଲି 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ଦେଖା ଦେବା ନେଇ କହିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ହାଡଭଙ୍ଗା ଶୀତ ସାଙ୍ଗକୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ତେବେ କୁହୁଡିର ମାତ୍ର ଆଗାମୀ ଦିନରେ ଅଧିକ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ଦେଖା ଦେବା ନେଇ କହିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର । ଫଳରେ ଆନ୍ତାକାଲି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉକ୍ତ ୭ ଜିଲ୍ଲା ହେଉଛି କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ କନ୍ଧମାଳ । ଏହାଛଡ଼ା ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ଘନକୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।












Click it and Unblock the Notifications